ଓଡିଶା

odisha

ଶ୍ରମିକଙ୍କ ଅବସ୍ଥାରେ ଭାବବିହ୍ବଳ କରନ

By

Published : Apr 18, 2020, 8:25 PM IST

ଧର୍ମା ପ୍ରଡକ୍ସନରେ କାମ କରୁଥିବା ଶ୍ରମିକଙ୍କୁ କରନଙ୍କ ସାହାଯ୍ୟ। ଇମୋଶନାଲଭରା ପୋଷ୍ଟରେ ଦେଲେ ସୂଚନା।

karan johar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହର ବର୍ତ୍ତମାନ ନିଜ ପରିବାର ସହ ଘରେ ସମୟ କାଟୁଛନ୍ତି। ଲକଡାଉନ ପାଇଁ ବର୍ତ୍ତମାନ ତାଙ୍କ ଧର୍ମା ପ୍ରଡକ୍ସନର ସବୁ କାର୍ଯ୍ୟ ବନ୍ଦ ଅଛି । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ଏକ ଇମୋଶନାଲ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କିପରି ଧର୍ମା ପ୍ର଼ଡକ୍ସନରେ କାମ କରୁଥିବା ଶ୍ରମିକଙ୍କୁ ସାହାଯ୍ୟ କରି ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

ସେ ପୋଷ୍ଟରେ ଜଣାଇଛନ୍ତି ଧର୍ମା ପ୍ରଡକ୍ସନ ପିଏମ କେୟାର୍ସ ଫଣ୍ଡ, ଚିଫ ମିନିଷ୍ଟର ରିଲିଫ ଫଣ୍ଡ, ଏନଜିଓ ଗୁଞ୍ଜ, ଗିଭ ଫିଡିଂ ଇଣ୍ଡିଆ, ଦ ଆର୍ଟ ଅଫ ଲିଭିଂ, ଆଇଏଏଚଭି ଓ ପ୍ରଡ୍ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆରେ ଯୋଗଦାନ କରିଛି।

ସେହିପରି ପୋଷ୍ଟରେ ଲେଖିଛନ୍ତି, ‘ଗତ ଏକ ମାସରୁ ଭାରତ ସେହି ପର୍ଯ୍ୟନ୍ତ ଘରେ ରହି ସୁରକ୍ଷିତ ରହିବା ନିଷ୍ପତ୍ତି ସହ ମଜବୁତରେ ଠିଆ ହୋଇଛି। ଯେପର୍ଯ୍ୟନ୍ତ ଏହି ମହାମାରୀକୁ ନହରାଇଛି । ହେଲେ ଏହି ଘାତକ ରୋଗ ବିରୋଧରେ ଲଢିବାକୁ ଏବେ ବହୁତ କିଛି କରିବାକୁ ବାକି ଅଛି। ଲକଡାଉନ ବଢିବା ପାଇଁ ସମସ୍ତଙ୍କ ସମସ୍ୟା ଆହୁରି ବଢିଯାଇଛି । ମୁଖ୍ୟତଃ କର୍ମଚାରୀ ଓ ଟେକ୍ନସିଆନଙ୍କର । ଯେଉଁ ମାନଙ୍କ ଜୀବନ ଗୋଟିଏ ଦିନ ଆୟ ଉପରେ ନିର୍ଭର କରୁଛି। ଯାହାଙ୍କ ପାଖରେ ଏବେ ଖାଦ୍ୟର ଅଭାବ ଦେଖାଦେଉଛି । ଏହା ବହୁତ ଦୁଃଖଦାୟକ।’

ABOUT THE AUTHOR

...view details