ନୂଆଦିଲ୍ଲୀ : ଆଜି(ରବିବାର) ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ପୁଅ ତଥା ଲୋକପ୍ରିୟ ଷ୍ଟାର କିଡ୍ ତୈମୁର ଅଲି ଖାନଙ୍କ ଜନ୍ମଦିନ । ଆଜି ତାଙ୍କୁ ଚାରି ବର୍ଷ ବୟସ ହୋଇଛି । ଏହି ଅବସରରେ ତାଙ୍କ ମା' ତଥା ଅଭିନେତ୍ରୀ କରୀନା ଖାସ ଅନ୍ଦାଜରେ ପୁଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
କରୀନା ତୈମୁରଙ୍କ ଏକ ସୁନ୍ଦର ଫଟୋ ସହିତ ଏକ ଭିଡିଓ ସେୟାର କରିଛନ୍ତି । ଏଥିସହିତ କରୀନା ଏକ ନୋଟ୍ ମଧ୍ୟ ସେୟାର କରିଛନ୍ତି ।
ଫଟୋରେ ତୈମୁର ଏକ ଗାଈର ବାଛୁରୀ ପାଇଁ ଚାରା ଖାଇବାକୁ ଦେବା ପାଇଁ ନେଉଥିବାର ନଜର ଆସିଛନ୍ତି ।
ଏହି ପୋଷ୍ଟରେ କରୀନା ଲେଖିଛନ୍ତି, "ମୋର ପିଲା ... ମୁଁ ଖୁସି ଯେ ଚାରି ବର୍ଷ ବୟସରେ ତୁମେ ଯାହା କରିବାକୁ ଚାହୁଁଛ ସେଥିରେ ତୁମର ନିଷ୍ଠା, ଉତ୍ସର୍ଗୀକୃତତା ଏବଂ ଏକାଗ୍ରତା ଅଛି । ସେଥିପାଇଁ ତୁମେ ଘାସ ଉଠାଇ ଗାଈକୁ ଖାଇବାକୁ ଦେଉଛ ।
କରୀନା ଆହୁରି ଲେଖିଛନ୍ତି ଯେ, "ଭଗବାନ ତୁମକୁ ଆର୍ଶୀବାଦ କରନ୍ତୁ । ତୁମେ ଜୀବନରେ ସବୁକିଛି କର, ଯାହା ପାଇଁ ତୁମର ମୁହଁରେ ହସ ଖେଳିଉଠୁ । ତୁମ ଆମ୍ମାଙ୍କ ଅପେକ୍ଷା ତୁମକୁ କେହି ଅଧିକ ଭଲପାଇ ପାରିବେ ନାହିଁ । ଜନ୍ମଦିନର ଶୁଭେଚ୍ଛା ବେଟା, ମାଇ ଟିମ୍ " ।