ଓଡିଶା

odisha

ETV Bharat / sitara

ସେପ୍ଟେମ୍ବର ୧୦ରେ ରିଲିଜ ହେବ 'ଥଲାଇଭି', ଦର୍ଶକ ଦେଖିବେ ଜୟଲଳିତାଙ୍କ ଜୀବନୀ

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ 'ଥଲାଇଭି'କୁ ଶେଷରେ ମିଳିଛି ରିଲିଜ ତାରିଖ । ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ପରଦାକୁ ଆସିବ ଫିଲ୍ମ ଥଲାଇଭି । ଅଧିକ ପଢନ୍ତୁ...

By

Published : Aug 25, 2021, 1:11 PM IST

ସେପ୍ଟେମ୍ବର ୧୦ରେ ପରଦାରୁ ଆସିବ 'ଥଲାଇଭି'
ସେପ୍ଟେମ୍ବର ୧୦ରେ ପରଦାରୁ ଆସିବ 'ଥଲାଇଭି'

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ 'ଥଲାଇଭି'କୁ ଶେଷରେ ମିଳିଛି ରିଲିଜ ତାରିଖ । ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ପରଦାକୁ ଆସିବ ଫିଲ୍ମ ଥଲାଇଭି ।

ଥଲାଇଭି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ । କଙ୍ଗନା ରାଣାୱତ ଓ ଅରବିନ୍ଦ ସ୍ବାମୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଫଲ୍ମ ରିଲିଜ ନେଇ ଘୋଷଣା କରି ଜୀ ଷ୍ଟୁଡିଓ କହିଛି ରାଣୀ ଭଳି ବ୍ୟକ୍ତିତ୍ବର ଅଧିକାରୀ ହେଉଛନ୍ତି ଜୟଲଳିତା । ସେପ୍ଟେମ୍ବର ୧୦ରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ସିନେ ଷ୍ଟାର ହେବାଠୁ ନେଇ ସବୁଠାରୁ ପ୍ରଭାବଶାଳୀ ସିଏମ ହେବାର ଯାତ୍ରା ଦେଖିବାକୁ ପାଇବେ ।

ଏହି ବହୁଭାଷୀ ଚଳଚ୍ଚିତ୍ର ପୂର୍ବରୁ ଏପ୍ରିଲ ମାସରେ ରିଲିଜ ହେବାର ଥିଲା ମାତ୍ର କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ଚଳଚ୍ଚିତ୍ରଟି ତିନୋଟି ଭାଷା ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରଟି ଏକାଧିକ ଭାଷାରେ ନିର୍ମିତ ହୋଇଥିବାରୁ ଏହାକୁ ଗୋଟିଏ ଦିନରେ ସମସ୍ତ ଭାଷାରେ ରିଲିଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରୁଥିବାବେଳେ ଅରବିନ୍ଦ ସ୍ବାମୀ ମୁଖ୍ୟମନ୍ତ୍ରୀ ଏମ ଜି ରାମଚନ୍ଦ୍ରନଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ରାଣାୱତଙ୍କ 34 ତମ ଜନ୍ମଦିନ ପାଳନ କରି ଫିଲ୍ମର ଟ୍ରେଲର ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରିଲିଜ ହୋଇଥିଲା । ଚଳଚ୍ଚିତ୍ରର 2 ମିନିଟ ଏବଂ 59 ସେକେଣ୍ଡର ଲମ୍ବା ଟ୍ରେଲରରେ ସ୍ବର୍ଗତ ଅଭିନେତା ତଥା ରାଜନେତା ଜୟଲଳିତାଙ୍କ ଜୀବନ ସହିତ ସିନେମା ଜଗତରୁ ରାଜନୀତି ଜଗତକୁ ଯିବାର ଝଲକ ରହିଥିଲା ।

ଫିଲ୍ମରେ କଙ୍ଗନା ଓ ଅରବିନ୍ଦ ସ୍ବାମୀଙ୍କ ବ୍ୟତୀତ ପ୍ରକାଶ ରାଜ, ମଧୁ ଓ ଭାଗ୍ୟଶ୍ରୀ ଭଳି କଳାକାର ନଜର ଆସିବେ । ନିକଟରେ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ୟୁ' ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଫିଲ୍ମଟିକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ ।

ABOUT THE AUTHOR

...view details