ଓଡିଶା

odisha

ETV Bharat / sitara

ସାମ୍ବାଦିକଙ୍କ ସହ ଝଗଡା କଙ୍ଗନାଙ୍କୁ ପଡିଲା ମହଙ୍ଗା, ମାଗିବେ କ୍ଷମା

ବଢିଲା କଙ୍ଗନାଙ୍କ ବିବାଦ । ପ୍ରେସ ଇଭେଣ୍ଟରରେ ସାମ୍ବାଦିକଙ୍କୁ ଗାଳି କରି ଫଶିଲେ ବି-ଟାଉନର ଏହି କୁଇନ ।

By

Published : Jul 10, 2019, 10:42 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ଜଣେ ସାମ୍ବାଦିକଙ୍କ ସହ ନିକଟରେ ଯୁକ୍ତିତର୍କ କରି ବିବାଦରେ ଆସିଛନ୍ତି । କଙ୍ଗନା ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ରିଲିଜ ପୂର୍ବରୁ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଏହି ଯୋଡି । ଫିଲ୍ମ ପ୍ରମୋଶନ ପାଇଁ ନିକଟରେ ଏକ ପ୍ରେସ ଇଭେଣ୍ଟରେ ଯୋଗ ଦେଇଥିଲେ । ଆଉ ସେହିଠାରେ ଜଣେ ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କରି ବିବାଦ ଘେରରେ ଆସିଥିଲେ କଙ୍ଗନା ।

ଏହି ମାମଲା ଏବେ କଙ୍ଗନାଙ୍କ କ୍ଷମା ପାଖରେ ଆସି ପହଞ୍ଚିଛି । ପୁରା ମିଡିଆ ସାର୍ବଜନିକ ରୂପେ କଙ୍ଗନାଙ୍କ କ୍ଷମା ଦାବି କରିଛି ।

ପ୍ରକାଶ ଥାଉକି କଙ୍ଗନା ନିଜ ଶେଷ ରିଲିଜ ଫିଲ୍ମ 'ମଣିକର୍ଣ୍ଣିକା: ଦ କୁଇନ ଅଫ ଝାନ୍ସୀ' ଉପରେ ନକାରାତ୍ମକ ଟିପ୍ପଣୀ କରିବାକୁ ନେଇ ଜଣେ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ । ଏହି ଘଟଣା ପରେ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।

ସୋସିଆଲ ମିଡିଆର ଗୋଟିଏ ୟୁଜର୍ସ ଗୋଷ୍ଠୀ ସାମ୍ବାଦିକଙ୍କ ସହ କରାଯାଇଥିବା ବ୍ୟବହାରର ନିନ୍ଦା କରିଥିଲେ । ଏହାସହ ମିଡିଆକୁ କଙ୍ଗନାଙ୍କ ବହିଷ୍କାର କରିବାକୁ ମଧ୍ୟ କହିଥିଲେ । ଜଣେ ୟୁଜର ଟ୍ବିଟ କରି ଲେଖିଥିଲେ କି ବିକୃତ ମାନସିକତା । ଯଦି ଏବେ ସେ କ୍ଷମାର ପାତ୍ରୀ ନୁହେଁ, ତେବେ ମିଡିଆ କଙ୍ଗନାଙ୍କୁ ବହିଷ୍କାର କରିବା କଥା ।

ସେହିପରି ଆଉ ଜଣେ ୟୁଜର ଲେଖିଥିଲେ କି କଙ୍ଗନାଙ୍କ ଏହି ଅପମାନଜନକ ବ୍ୟବହାର ସ୍ପଷ୍ଟ ରୂପେ ନିଜ ଷ୍ଟାରଡମ ଜରିଆରେ ମିଡିଆ ସହ ର୍ଦୁବ୍ୟବହାର କରିବା, ଡରାଇବା, ଧମକାଇବା ପାଇଁ କରାଯାଉଛି ।

ଅନ୍ୟପଟେ କଙ୍ଗନାଙ୍କ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ କିଛି ବରିଷ୍ଠ ସାମ୍ବାଦିକ 'ଜଜମେଣ୍ଟାଲ ହେ କ୍ୟା'ର ନିର୍ମାତା ଏକତା କପୁରଙ୍କ ସହ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମ ଜୁଲାଇ 26ରେ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details