ଓଡିଶା

odisha

ETV Bharat / sitara

ଟାଇଟଲକୁ ନେଇ ବିବାଦରେ 'ମେଣ୍ଟାଲ ହେ କ୍ୟା' - poster

କଙ୍ଗନା ରାଣାୱତ ଓ ରାଜକୁମାର ରାଓ ଷ୍ଟାରର ଫିଲ୍ମ 'ମେଣ୍ଟାଲ ହେ କ୍ୟା' ପୋଷ୍ଟର ଏବଂ ଟାଇଟଲକୁ ନେଇ ମାନସିକ ରୋଗ ବିଶେଷଜ୍ଞ ଆପତ୍ତି ଉଠାଇଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟରକୁ ଟ୍ରୋଲ ମଧ୍ୟ କରାଯାଇଛି । ଆସନ୍ତା ଜୁନ 21ରେ ରିଲିଜ ହେବ ଏହି ଫିଲ୍ମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାଜକୁମାର ରାଓ

By

Published : Apr 19, 2019, 9:40 PM IST

ମୁମ୍ବାଇ: ଖୁବ୍ଶୀଘ୍ର ରାଜକୁମାର ରାଓ ଓ କଙ୍ଗନା ରଣାୱତଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ । ଦୁଇଜଣଙ୍କ ଅଭିନୀତ ଫିଲ୍ମ 'ମେଣ୍ଟାଲ ହେ କ୍ୟା' ଜୁନ 21ରେ ରିଲିଜ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନେସନାଲ ଆୱାର୍ଡ ୱିନର ତେଲୁଗୁ ଫିଲ୍ମମେକର ପ୍ରକାଶ କୋଭେୱାମୁଡୀ । ରିଲିଜ ପୂର୍ବରୁ କଙ୍ଗନାଙ୍କ ଏହି ଫିଲ୍ମ ନିଜ ଭିନ୍ନ ଭିନ୍ନ ପ୍ରକାରର ପୋଷ୍ଟର ପାଇଁ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ଫିଲ୍ମର ପୋଷ୍ଟର ଏବଂ ଟାଇଟଲକୁ ନେଇ ମାନସିକ ରୋଗ ବିଶେଷଜ୍ଞ ମାନେ ଆପତ୍ତି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ଟ୍ରୋଲ ମଧ୍ୟ କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ ଫିଲ୍ମର ଟାଇଟଲ ମସ୍ତିଷ୍କ ରୋଗକୁ କଳଙ୍କିତ କରୁଥିବା ସହ ପୋଷ୍ଟର ମଧ୍ୟ ଏହାର ପ୍ରମାଣ ଦେଉଛି ।

ଏକ ରିପୋର୍ଟ ଅନୁଯାୟୀ ଇଣ୍ଡିଆନ ସାଇକାଟ୍ରିକ ସୋସାଇଟି (IPS) ଗୁରୁବାର ସେନ୍ସର ବୋର୍ଡ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏବଂ ପିଏମଓକୁ ଚିଠି ଲେଖିଛି । ଫିଲ୍ମର ଟାଇଟଲ ମେଣ୍ଟାଲ ଡିଜଅର୍ଡର ଏବଂ ବ୍ୟକ୍ତିଙ୍କୁ ଭେଦଭାବପୂର୍ଣ୍ଣ, କଳଙ୍କ, ଅପମାନଜକ ଏବଂ ଅମାନବିକତା ରୂପେ ପ୍ରୋଜେକ୍ଟ କରୁଛି । ଫିଲ୍ମର ଟାଇଟଲ ପରିବର୍ତ୍ତନ କରିବା ନେଇ ମାନସିକ ରୋଗ ବିଶେଷଜ୍ଞ ଦାବି କରିଛନ୍ତି ।

ABOUT THE AUTHOR

...view details