ଓଡିଶା

odisha

ETV Bharat / sitara

'ବୁରି ନଜର ଓ୍ବାଲେ କି ଆଁଖେ ନୋଚ ଲି ଜାଏଗି' - surgical strike -2

ଚର୍ଚ୍ଚାରେ କଣ୍ଟ୍ରୋଭର୍ସିଆଲ ଆକ୍ଟ୍ରେସ କଙ୍ଗନା ରଣାଓ୍ୱତ 'ବୁରି ନଜର ଓ୍ବାଲେ କି ଆଁଖେ ନୋଚ ଲି ଜାଏଗି' ଡାଇଲଗ । ପୁଲୱାମା ଆତଙ୍କବାଦୀ ଆକ୍ରମଣର 12 ଦିନ ପରେ ଭାରତୀୟ ସେନା ପ୍ରତିଶୋଧ ନେଇଛନ୍ତି। ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କି ଆଡାସ୍ଥଳୀରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରି ସବୁ ଧ୍ସଂୱ କରିଦେଇଛନ୍ତି । କଙ୍ଗନା ମଧ୍ୟ ଇଣ୍ଡିଆନ ଏୟାରଫୋର୍ସକୁ ଧନ୍ୟବାଦ ଜଣାଇଛନ୍ତି। ପାକିସ୍ତାନକୁ ଏପରି ଧମକ ଦେଇଛନ୍ତି।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 27, 2019, 3:21 PM IST

ହାଇଦ୍ରାବାଦ: ବଲିଉଡ଼ର କଣ୍ଟ୍ରୋଭର୍ସିଆଲ ଆକ୍ଟ୍ରେସ ଭାବେ ପରିଗଣିତ ହେଉଥିବା କଙ୍ଗନା ରଣାଓ୍ୱତ ପୁଣି ଥରେ ଚର୍ଚ୍ଚାରେ । ନିକଟରେ ଅପନା ଭି ଟାଇମ ଆୟେଗା କହି ଚର୍ଚ୍ଚାରେ ରହିଥିବା ବେଳେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି 'ବୁରି ନଜର ଓ୍ବାଲେ କି ଆଁଖେ ନୋଚ ଲି ଜାଏଗି ।'

ଏବେ ଆପଣ ନିହାତି ଭାବୁଥିବେ କି କଙ୍ଗନା ଏହି ଡାଇଲଗ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ କହିଛନ୍ତି । ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ । କଥାଟି ହେଲା କି କଙ୍ଗନା ଏହି କଥାଟି ପାକିସ୍ତାନ ପାଇଁ କହିଛନ୍ତି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣର 12 ଦିନ ପରେ ଭାରତୀୟ ସେନା ପ୍ରତିଶୋଧ ନେଇଛି। ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କି ଆଡାସ୍ଥଳୀରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରି ସବୁ ଧ୍ୱସଂ କରିଦେଇଛନ୍ତି। ଇତିମଧ୍ୟରେ ବଲିଉଡ ଷ୍ଟାର୍ସ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହିକ୍ରମରେ କଙ୍ଗନା ମଧ୍ୟ ଇଣ୍ଡିଆନ ଏୟାରଫୋର୍ସକୁ ଧନ୍ୟବାଦ ଜଣାଇଛନ୍ତି।

କଙ୍ଗନା ନିଜ ଖୁସି ପ୍ରକାଶ କରି କହିଛନ୍ତି, "ମୁଁ ଇଣ୍ଡିଆନ ଏୟାରଫୋର୍ସକୁ ପ୍ରକୃତ ହିରୋ ପରି ଏହି ପ୍ରତିଶୋଧ ପାଇଁ ସାଲ୍ୟୁଟ କରୁଛି ।" ସେହିଠାରେ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ପାକିସ୍ତାନ ବିରୋଧରେ ହୋଇଥିବା ଏହି କାର୍ଯ୍ୟନୁଷ୍ଠାନକୁ ଦୃଷ୍ଟିରେ ରଖି କଙ୍ଗନା କହିଛନ୍ତି, ଏହି ଆକ୍ରମଣ ଆତଙ୍କବାଦୀ ଏବଂ ଆତଙ୍କୀ ଗତିବିଧି ବିରୋଧରେ ଦୃଢ ହୋଇସାରିଛି । ଯିଏ ଏଯାବତ ଏହି କଥାକୁ ବୁଝିପାରୁନାହାଁନ୍ତି, ତେବେ ବୁଝିଯାଆନ୍ତୁ, ଏବେ ଯିଏ ମଧ୍ୟ ଏହି ଦେଶ ଉପରେ ଖରାପ ନଜର ପକାଇବ, ତେବେ 'ତାରା ଆଂଖେ ନୋଚ ଲୀ ଜାଏଂଗୀ । ଜୟ ହିନ୍ଦ୍ ।'

ଏୟାର ଷ୍ଟ୍ରାଇକ ମାଧ୍ୟମରେ ଭାରତ 200ରୁ 300 ଆତଙ୍କବାଦୀଙ୍କୁ ନିପାତ କରିଛି । ଯାହାପରେ ପୁରା ଦେଶରେ ଏହି ପ୍ରତିଶୋଧର ଖୁସି ପାଳନ କରାଯାଉଛି। କଙ୍ଗନାଙ୍କ ବ୍ୟତୀତ ବି-ଟାଉନର ଅନେକ ଷ୍ଟାର୍ସ ଏହି ଅବସରରେ ନିଜ ନିଜର ପ୍ରତିକ୍ରିୟା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ABOUT THE AUTHOR

...view details