ଓଡିଶା

odisha

ETV Bharat / sitara

'କଲଙ୍କ'ରେ କ୍ରିତ୍ତୀଙ୍କ ଆଇଟମ ନମ୍ବର

କରନ ଜୋହରଙ୍କ ଡ୍ରିମ ପ୍ରୋଜେକ୍ଟ 'କଲଙ୍କ' ଚଳିତ ମାସରେ ରିଲିଜ ହେବାକୁ ରେଡ୍ଡି ହୋଇସାରିଲାଣି । ଏହି ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବ। 'କଲଙ୍କ' ଫିଲ୍ମରେ ଜବରଦସ୍ତ ଷ୍ଟାରକାଷ୍ଟରଙ୍କୁ ଦେଖିବାକୁ ମିଳିବ ।

By

Published : Apr 6, 2019, 5:26 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କୃତି ସାନନ

ନୂଆଦିଲ୍ଲୀ: ଡାଇରେକ୍ଟର କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'କଲଙ୍କ'ର ଟ୍ରେଲର ବୁଧବାର ରିଲିଜ ହୋଇଛି । ଯାହା ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ମଧ୍ୟ ହୋଇଛି । ଟ୍ରେଲର ଦେଖିସାରି ଦର୍ଶକ ଆଉ ନିଜକୁ ରୋକି ପାରୁନାହାଁନ୍ତି ଫିଲ୍ମ ଦେଖିବା ପାଇଁ । ସମସ୍ତେ ଏପ୍ରିଲ 17କୁ ଅନାଇ ବସିଛନ୍ତି । ଅନ୍ୟପଟେ ଫିଲ୍ମରେ ଦର୍ଶକଙ୍କ ପାଇଁ ବଡ ସରପ୍ରାଇଜ ମଧ୍ୟ ଅଛି । ତେବେ ଜଣାଇ ଦେଉଛୁ ଯେ 'କଲଙ୍କ'ରେ 'ବରେଲୀ କୀ ବର୍ଫି' ଏବଂ 'ଲୁକା ଛୁପି'ର ଅଭିନେତ୍ରୀ କ୍ରିତ୍ତୀ ସାନନଙ୍କ ଏକ ଶାନଦାର ଆଇଟମ ନମ୍ବର ଦେଖିବାକୁ ପାଇବେ ଦର୍ଶକ ।

ବୁଧବାର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ କ୍ରିତ୍ତୀଙ୍କ ଆଇଟମ ନମ୍ବର ଡ୍ୟାନ୍ସକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି । ସେମିତି ଦେଖିବାକୁ ଗଲେ କ୍ରିତ୍ତୀ 'କଲଙ୍କ' ପୂର୍ବରୁ ମଧ୍ୟ ଅନ୍ୟ ଏକ ଫିଲ୍ମରେ ଆଇଟମ ନମ୍ବର କରିସାରିଛନ୍ତି ।

ଯଦି 'କଲଙ୍କ' ଫିଲ୍ମ ବିଷୟରେ କଥା ହେବା, ତେବେ ଏହି ବଡ ବଜେଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ । କରନଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ଏହି ଫିଲ୍ମରେ ବରୁଣ ଧୱନ, ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ଓ କୁନାଲ ଖେମୁ ମୁଖ୍ୟ ଭୂମିକାରେ ଅଛନ୍ତି । ଅନେକ ବର୍ଷ ପରେ ପୁଣି ପରଦାରେ ସଞ୍ଜୟ ଓ ମାଧୁରୀଙ୍କୁ ଏକାଠି ଦେଖିବାକୁ ମିଳିବ ଏହି ଫିଲ୍ମ ମାଧ୍ୟମରେ ।

ABOUT THE AUTHOR

...view details