ଓଡିଶା

odisha

ETV Bharat / sitara

'କଲଙ୍କ'ର ନୂଆ ରିଲିଜ ତାରିଖ, ଖୁସି ହେଲେ ଦର୍ଶକ - release

ପାଖକୁ ଆସିଲା ବହୁ ପ୍ରତିକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ କଲଙ୍କ ରିଲିଜ ତାରିଖ । ଆଜ୍ଞା ହଁ, ଏପ୍ରିଲ 19ରେ ରିଲିଜ ହେବାକୁ ଥିବାବେଳେ ବର୍ତ୍ତମାନ ଏହା ଏପ୍ରିଲ 17କୁ ପରିବର୍ତ୍ତନ କରାଯାଇଛି। ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଦେଖି ଫିଲ୍ମ ମେକର୍ସ ଫିଲ୍ମଟିକୁ ନିର୍ଦ୍ଧାରିତ ହୋଇଥିବା

ଫଟୋ ସୌଜନ୍ୟ: ଏଏନଆଇ

By

Published : Mar 10, 2019, 5:15 AM IST

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ମଲ୍ଟ୍ଟି ଷ୍ଟାରର ଫିଲ୍ମ 'କଲଙ୍କ' ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚାରେ । ଦୀର୍ଘ ସମୟରୁ ଫିଲ୍ମ ଦେଖିବାକୁ ଅପେକ୍ଷା କରିବସିଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କଥାଟି ହେଲା ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ କରାଯାଇଛି । ଆଜ୍ଞା ହଁ, ଏପ୍ରିଲ 19ରେ ରିଲିଜ ହେବାକୁ ଥିବାବେଳେ ବର୍ତ୍ତମାନ ଏହା ଏପ୍ରିଲ 17କୁ ପରିବର୍ତ୍ତନ କରାଯାଇଛି। ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଦେଖି ଫିଲ୍ମ ମେକର୍ସ ଫିଲ୍ମଟିକୁ ନିର୍ଦ୍ଧାରିତ ହୋଇଥିବା ରିଲିଜ ତାରିଖର ଦୁଇ ଦିନ ପୂର୍ବରୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଅବସରରେ ଇଣ୍ତିଆନ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, "ଏପ୍ରିଲ 19 ପରିବର୍ତ୍ତେ ଏବେ ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାର ନିଷ୍ପତ୍ତି ନିଆଯାଇଛି । ଫିଲ୍ମର ଟିଜର ମାର୍ଚ୍ଚ 12ରେ ରିଲିଜ ହେବାକୁ ଯାଉଛି । "

ଅନ୍ୟପଟେ ଫିଲ୍ମ ନିର୍ମାତା କରନ ଜୋହର ନିଜ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଫିଲ୍ମ ଟିଜର ଆସନ୍ତା ମଙ୍ଗଳବାର ରିଲିଜ ହେବାକୁ ଯାଉଛି । ସେ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଯେଉଁଥିରେ ପୁରା ଷ୍ଟାରକାଷ୍ଟଙ୍କ ପୋଷ୍ଟର ଦେଖିବାକୁ ମିଳୁଛି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "The world of#Kalank will come alive. Teaser out on Tuesday, 12th March!."

କିଛି ଦିନ ହେବ ଲଗାତାର 'କଲଙ୍କ' ଫିଲ୍ମର ଷ୍ଟାରକାଷ୍ଟଙ୍କ ପୋଷ୍ଟର ରିଲିଜ ହେବାରେ ଲାଗିଛି । ମାର୍ଚ୍ଚ 7ରେ ଗୋଟିଏ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତିନି ଅଭିନେତା ନଜର ଆସିଥିଲେ । ସେହିପରି ଅନ୍ତର୍ଜାତୀୟ ମହିଳା ଦିବସରେ ଫିଲ୍ମର ତିନି ମୁଖ୍ୟ ଅଭିନେତ୍ରୀଙ୍କ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା ।

ଫିଲ୍ମରେ ଅଭିନେତା ବରୁଣ ଧୱନ, ଜଫର ଭୂମିକାରେ ଦେଖାଯିବେ । ଅନ୍ୟପଟେ ଆଦିତ୍ୟ ରାୟ କପୁର ଫିଲ୍ମରେ ଦେବ ଚୌଧୁରୀ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ । ସେହିପରି ଅଭିନେତା ସଞ୍ଜୟ ଦତ୍ତ ଫିଲ୍ମରେ ମୁଖ୍ୟ ବଲରାଜ ଚୌଧୁରୀ ଭୂମିକାରେ ଦେଖାଯିବେ ।

ଯଦି ଅଭିନେତ୍ରୀଙ୍କ ବିଷୟରେ କଥା ହେବା ତେବେ ମାଧୁରୀ ଦୀକ୍ଷିତ, ବାହାର ବେଗମ୍ ଭୂମିକାରେ ଥିବାବେଳେ ସୋନାକ୍ଷୀ ସିହ୍ନା ସତ୍ୟା ଓ ଆଲିୟା ଭଟ୍ଟ ରୂପ ନାମକ ଝିଅ ଭୂମିକାରେ ନଜର ଆସିବେ ।

For All Latest Updates

ABOUT THE AUTHOR

...view details