ଓଡିଶା

odisha

ETV Bharat / sitara

‘ବାଟଲା ହାଉସ’କୁ ମିଳିପାରେ କୋର୍ଟ ଛାଟ, ପିଟିସନ୍ ଦାଖଲ - ଜନ ଅବ୍ରାହମ

ଆସନ୍ତା 15 ତାରିଖରେ ରିଲିଜ ହେବାକୁ ଯାଉଥିବା ‘ବାଟଲା ହାଉସ’ ଫିଲ୍ମକୁ ନେଇ ଦେଖା ଦେଇଛି ସମସ୍ୟା । ଏନେଇ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଛି ପିଟିସନ୍ । ଚଳିତ ମାସ 13 ତାରିଖରେ ହେବ ଏହାର ଶୁଣାଣି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

By

Published : Aug 9, 2019, 11:54 AM IST

ମୁମ୍ବାଇ: ଜନ ଅବ୍ରାହମଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଟଲା ହାଉସ’ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି । ତେବେ ଏହି ଫିଲ୍ମର ରିଲିଜ ପୂର୍ବରୁ ଦେଖା ଦେଇଛି ଆଇନଗତ ସମସ୍ୟା । ସ୍ବାଧୀନତା ଦିବସ ଅବସରରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମ ରିଲିଜ ଉପରେ ରୋକ ଲଗାଯିବାକୁ ଦାବି କରାଯାଇଛି । ଏହି ବିବାଦ ଦୀର୍ଘସମୟରୁ ଚାଲିଆସୁଛି କିନ୍ତୁ ଗତ ଗୁରୁବାର ଏହି ମାମଲା ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି ।

‘ବାଟଲା ହାଉସ’ ମାମଲାରେ ଅଭିଯୁକ୍ତ ଆରିଜ ଖାନ ପକ୍ଷରୁ ଏନେଇ ଯାଚିକା ଦାଖଲ ହୋଇଥିଲା । ଯେଉଁଥିରେ ବାଟଲା ହାଉସ ଘଟଣା ଉପରେ ଆଧାରିତ ଜନଙ୍କ ଫିଲ୍ମ ‘ବାଟଲା ହାଉସ’ ରିଲିଜ ଉପରେ ରୋକ ଲଗାଯିବାର ଦାବି ହୋଇଛି । ଦାଖଲ ହୋଇଥିୂବା ଯାଚିକାରେ ଆଦେବନକାରୀ ଦର୍ଶାଇଥିଲେ ଫିଲ୍ମରେ ତାଙ୍କ କେସ ସହ ଅନେକ ସମାନତା ରହିଛି।

ଗୁରୁବାର ଶୁଣାଣିରେ କୋର୍ଟ ଆବେଦନକାରୀକୁ ନିଜ କେସ ସହ ଫିଲ୍ମର ସମାନତା ଥିବା ଲିଷ୍ଟ ଫାଇଲ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଅନ୍ୟପଟେ ଏହି ମାମଲାରେ ଶୁଣାଣି ଚଳିତ 13 ତାରିଖରେ ହେବ । ଫିଲ୍ମର ରିଲିଜ ଉପରେ ରହିତାଦେଶ ଜାରି କରିବ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ । ଏହି ଫିଲ୍ମ ରିଲିଜ ହେଲେ ତାଙ୍କ କେସର ଶୁଣାଣି ଉପରେ ପ୍ରଭାବ ପଡିପାରେ ବୋଲି ଯାଚିକାରେ ଦର୍ଶାଇଛନ୍ତି ଆବେଦନକାରୀ ।

ଜନଙ୍କ ‘ବାଟଲା ହାଉସ’ 2008ରେ ହୋଇଥିବା ଦିଲ୍ଲୀ ବାଟଲା ହାଉସ ଏନକାଉଣ୍ଟକୁ ନେଇ ଆଧାରିତ । ଆବେଦନକାରୀ ଆରିଜଙ୍କ ବ୍ୟତୀତ ଏ ଘଟଣାରେ ଶହୀଦ ହୋଇଥିବା ଦିଲ୍ଲୀ ପୋଲିସ ଇନସ୍ପେକ୍ଟରଙ୍କ ପତ୍ନୀ ଫିଲ୍ମ ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ଯେଉଁଥିରେ ଶହୀଦଙ୍କ ପତ୍ନୀ ଦାବି କରିଥିଲେ ଯେ ଏ ଫିଲ୍ମରେ ଅନେକ ଭୁଲ ତଥ୍ୟକୁ ପ୍ରଦର୍ଶିତ କରାଯାଇଛି । ସେ ଫିଲ୍ମର ଟ୍ରେଲର ଦେଖି ବହୁତ ଦୁଃଖି ହୋଇଥିଲେ । ଫିଲ୍ମର ଟ୍ରେଲରରେ ପୁରା ଟିମକୁ ଭୁଲ ରୂପେ ରିପ୍ରେଜେଣ୍ଟ କରାଯାଇଛି।

ଯଦି ଫିଲ୍ମ ରିଲିଜ ହେଉଛି ତେବେ ଫିଲ୍ମର ଟାଇଟଲ ପରିବର୍ତ୍ତନ କରି ‘ପୋଷ୍ଟ ବାଟଲା ହାଉସ’ ରଖାଯିବା କଥା । ଏହାସହ ସେ ଫିଲ୍ମ ମେକର୍ସଙ୍କୁ ଏହା ମଧ୍ୟ କହିଥିଲେ କି ଫିଲ୍ମ ନିର୍ମାଣ କରିବା ପୂର୍ବରୁ ତାଙ୍କ ସ୍ବାମୀଙ୍କ ବିଷୟରେ ସଠିକ୍ ସୂଚନା ଏକଜୁଟ କରିବା ଦରକାର ଥିଲା ବୋଲି କହିଛନ୍ତି ଶହୀଦଙ୍କ ପତ୍ନୀ ।

ABOUT THE AUTHOR

...view details