ଓଡିଶା

odisha

ETV Bharat / sitara

ମଦ ଦୋକାନ ଖୋଲିବା ନିଷ୍ପତ୍ତିର ପରିଣାମ ଭୟାବହ ହେବ: ଜାଭେଦ ଅଖତର

ଲକଡାଉନର ତୃତୀୟ ପର୍ଯ୍ୟାୟରେ କିଛି ଜିନିଷ ଉପରେ ସାମାନ୍ୟ ଛାଡ କରାଯାଇଛି । ଏହାମଧ୍ୟରେ ମଦ ଦୋକାନ ସାମିଲ ଅଛି । ମାତ୍ର ମଦ ଦୋକାନ ଖୋଲାଯିବାକୁ ଅନୁମତି ମିଳିବା ପରେ ବଲିଉଡର ପ୍ରସିଦ୍ଧ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏହାକୁ ବିରୋଧ କରିଛନ୍ତି ।

By

Published : May 2, 2020, 5:19 PM IST

corona
ମଦ ଦୋକାନ ଖୋଲିବା ନିଷ୍ପତ୍ତି ପରିଣାମ ଭୟାବହ ହେବ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମେ 17 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ମାତ୍ର ଲକଡାଉନର ତୃତୀୟ ପର୍ଯ୍ୟାୟରେ ଗ୍ରୀନ ଜୋନରେ କିଛି ଜିନିଷ ଉପରେ ସାମାନ୍ୟ ଛାଡ କରାଯାଇଛି । ଏହାମଧ୍ୟରେ ମଦ ଦୋକାନ ସାମିଲ ଅଛି । ମାତ୍ର ମଦ ଦୋକାନ ଖୋଲାଯିବାକୁ ଅନୁମତି ମିଳିବା ପରେ ବଲିଉଡର ପ୍ରସିଦ୍ଧ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏହାକୁ ବିରୋଧ କରିଛନ୍ତି ।

ସେ କହିଛନ୍ତି ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଅଟେ । ତେବେ ଜାଭେଦକର ଟ୍ବିଟ କରି ଏହି ନିଷ୍ପତ୍ତିକୁ ଭୁଲ କହିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି,‘ ଲକଡାଉନ ମଧ୍ୟରେ ମଦ ଦୋକାନ ଖୋଲିବାର ପରିଣାମ ବହୁତ ଖରାପ ହେବ । ଏକ ସର୍ଭେ ମୁତାବିକ, ବର୍ତ୍ତମାନ ଘରୋଇ ହିଂସା ବୃଦ୍ଧି ପାଇଛି । ଏଭଳି ସମୟରେ ମଦ ମହିଳା ଏବଂ ଶିଶୁଙ୍କ ସମୟକୁ ଆହୁରି ଭୟାନକ କରିଦେବ ।

ଏପଟେ ଜାଭେଦକରଙ୍କ ଏହି ଟ୍ବିଟ କିଛି ଟ୍ବିଟର ୟୁଜରଙ୍କୁ ପସନ୍ଦ ଆସିନାହିଁ । ଫଳରେ ଲୋକ ତାଙ୍କୁ ଭୁଲ୍ କହିବା ସହ ଗାଳି ମଧ୍ୟ ଦେଇଛନ୍ତି । ସେହିପରି କିଛିଲୋକ ଜାଭେଦକରଙ୍କ ଏହି ଟ୍ବିଟକୁ ସମର୍ଥନ ମଧ୍ୟ କରିଛନ୍ତି ।

ABOUT THE AUTHOR

...view details