ଓଡିଶା

odisha

ETV Bharat / sitara

ଶେଖରଙ୍କ ଟ୍ବିଟ, ଜାଭେଦଙ୍କ ଜବାବ

ଟ୍ବିଟରରେ ରାଗିଛନ୍ତି ଜାଭେଦ ଅଖତର । ଶେଖକ କପୁରଙ୍କ ଟ୍ବିଟର କଡା ଜବାବ ଦେଇଛନ୍ତି ଗୀତିକାର ଜାଭେଦ ଅଖତର ।

By

Published : Jul 28, 2019, 8:10 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ସବୁବେଳେ ନିଜ ମତ ରଖୁଥିବା ଗୀତିକାର ଜାଭେଦ ଅଖତର ଟ୍ବିଟ କରି ଏବେ ଚର୍ଚ୍ଚାରେ । ଫିଲ୍ମ ନିର୍ମାତା ଶେଖର କପୁରଙ୍କ ଟ୍ବିଟକୁ ନେଇ ରାଗିଛନ୍ତି ଜାଭେଦ । ନିକଟରେ ଶେଖର ଏକ ଟ୍ବିଟ କରି ନିଜକୁ ଶରଣାର୍ଥୀ କହିବା ସହ ବୁଦ୍ଧିଜୀବିଙ୍କୁ ସେ ଡରନ୍ତି ବୋଲି କହଥିଲେ । ଖାଲି ସେତିକି ନୁହେଁ ବୁଦ୍ଧିଜୀବିଙ୍କୁ ସାପ ବୋଲି କହିବାକୁ ମଧ୍ୟ ପଛେଇ ନାହାଁନ୍ତି ଶେଖର । ବାସ ଏହାପରେ ଜାଭେଦ ରାଗିଯାଇଥିଲେ ଓ ରି-ଟ୍ବିଟ କରି ଗାଳି ଦେଇଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର/@Javedakhtarjadu

ଜାଭେଦ ଏହାକୁ ନିନ୍ଦା କରିବା ସହ ଟ୍ବିଟ କରି କହିଥିଲେ,‘ କେଉଁ ବୁଦ୍ଧିଜୀବି ଆପଣଙ୍କୁ ସାପ ଭଳି ଲାଗୁଛନ୍ତି ! ଶ୍ୟାମ ବେନେଗଲ ? ଆଦୁର ଗୋପାଲ କୃଷ୍ଣା? ରାମ ଚନ୍ଦ୍ର ଗୁହା? ସତରେ? ଶେଖର ସାହାବ ଆପଣ ସୁସ୍ଥ ନାହାଁନ୍ତି । ମନୋଚିକିତ୍ସିକଙ୍କ ସହ ପରାମର୍ଶ କରିବାରେ କୌଣସି ଲଜ୍ଜା ନାହିଁ ।’

ଫଟୋ ସୌଜନ୍ୟ: ଟ୍ବିଟର/@Javedakhtarjadu

ଏତିକିରେ ଜାଭେଦଙ୍କ ରାଗ ଶାନ୍ତ ହୋଇନଥିଲା । ଆଉ ଏକ ଟ୍ବିଟ କରି ମେଲୋଡ୍ରାମା ବନ୍ଦ କରନ୍ତୁ ବୋଲି କହିଥିଲେ । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା 49 ଜଣ ସେଲିବ୍ରିଟିଙ୍କ ମଧ୍ୟରେ ଶେଖର କପୁର ମଧ୍ୟ ଅଛନ୍ତି । ତେବେ ଚିଠି ଲେଖିସାରିବା ପରେ ଶେଖର ଏପରି ଟ୍ବିଟ କରିଥିଲେ ।

ABOUT THE AUTHOR

...view details