ଓଡିଶା

odisha

ପିତାଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଲେ ଜାନଭୀ

By

Published : Aug 11, 2020, 7:11 PM IST

ପିତା ବୋନି କପୁରଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରି ଅଭିନେତ୍ରୀ ଜାନଭୀ କପୁର ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି । ନୋଟରେ ଜାନଭୀ ପିତାଙ୍କୁ "ଦୁନିଆର ସର୍ବୋତ୍ତମ ପିତା" ବୋଲି ଉଲ୍ଲେଖ କରିଥିଲେ । ଅଧିକ ପଢନ୍ତୁ...

Janhvi Kapoor pens adorable note for dad Boney Kapoor
ପିତାଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଲେ ଜାନଭୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ମଙ୍ଗଳବାର ଦିନ ପିତା ତଥା ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପ୍ରତି ଥିବା ପ୍ରେମକୁ ଦର୍ଶାଇ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି ।

ନୋଟରେ ଜାନଭୀ ପିତାଙ୍କୁ "ବିଗେଷ୍ଟ କ୍ୟୁଟେଷ୍ଟ ଚିୟର ଲିଡର୍" ବୋଲି କହିଥିଲେ ଏବଂ ସେ ପିତାଙ୍କୁ "ଦୁନିଆର ସର୍ବୋତ୍ତମ ପିତା" ବୋଲି ଉଲ୍ଲେଖ କରିଥିଲେ ।

ଧଡକ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପିତାଙ୍କ ସହିତ ଏକ ମନୋକ୍ରୋମ୍ ଫଟୋଗ୍ରାଫ୍ ସେୟାର କରିଛନ୍ତି । ଯେଉଁଠାରେ ଫିଲ୍ମ ନିର୍ମାତା ଜାନଭୀଙ୍କ ହାତରେ କିସ ଦେଉଥିବାର ଦେଖିବାକୁ ମିଳିଛି । ସମ୍ପ୍ରତି ଫଟୋରେ ପିତା- ଝିଅଙ୍କ ଯୋଡି ଆନନ୍ଦରେ ଝଲସି ଉଠୁଥିବାର ନଜର ଆସିଛି ।

ପୋଷ୍ଟର କ୍ୟାପସନରେ ଜାନକୀ ଲେଖିଛନ୍ତି, ଆମେ ଦୁହେଁ ମିଠାକୁ ଭଲପାଉ । ମୋର ପିତା "ଦୁନିଆର ସର୍ବୋତ୍ତମ ପିତା" ଅଟନ୍ତି ।

ଏହି ପୋଷ୍ଟ ଜାନଭୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍ ଗର୍ଲ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଆସିଛି ।

ଏହି ସିନେମାର ଟ୍ରେଲର କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା ​​ଏବଂ ନେଟେନିଜେନ୍ସ ଏବଂ ବଲିଉଡ ସେଲିବ୍ରିଟିଙ୍କ ଠାରୁ ମଧ୍ୟ ବହୁ ଭଲ ପ୍ରତିକ୍ରିୟା ମିଳିଥିଲା ।

ଏହି ଟ୍ରେଲରରେ ଜଣେ ଆଇଏଫ ଅଧିକାରୀଙ୍କ ଯାତ୍ରାଙ୍କ କାହାଣୀ ବିଷୟରେ କୁହାଯାଇଛି ।

ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଗୁଞ୍ଜନ ସାକ୍ସେନାରେ ପ୍ରମୁଖ ଭୂମିକାରେ ଭିନୀତ କୁମାର ସିଂ, ଅଙ୍ଗଦ ବେଦୀ ଏବଂ ମନଭ ବିଜ ମଧ୍ୟ ଅଭିନୟ କରିଛନ୍ତି । ଆଗାମୀ ବାୟୋପିକ୍ ଧର୍ମା ପ୍ରଡକ୍ସନ୍ସ ଏବଂ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ କରାଯାଉଛି ଏବଂ ଅଗଷ୍ଟ 12ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details