ମୁମ୍ବାଇ: 'ଧଡକ' ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ସୋସିଆଲ ମିଡିଆରେ ନିଜ ଫଟୋ ଏବଂ ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେ ପ୍ରାୟତଃ ନିଜ ପରିବାର ସହ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସିଥାଆନ୍ତି । ଇତିମଧ୍ୟରେ ଜାହ୍ନବୀ ନିଜ ମା' ଅର୍ଥାତ୍ ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀ ଏବଂ ପିତା ବୋନି କପୁରଙ୍କ ଥ୍ରୋ ବ୍ୟାକ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ମା'ଙ୍କୁ ମନେପକାଇ କାନ୍ଦିଲେ ଜାହ୍ନବୀ - sridevi
ମାତା-ପିତାଙ୍କ ବିବାହ ବାର୍ଷିକିରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ମା' ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି ଜାହ୍ନବୀ କପୁର । ଗତ ରବିବାର ବୋନି ଓ ଶ୍ରୀଦେବୀଙ୍କ ବିବାହ ବାର୍ଷିକି ଥିଲା । ଯାହାକୁ ନେଇ ବହୁତ ଦୁଃଖି ହୋଇ ଯାଇଥିଲେ ଜାହ୍ନବୀ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋଟିକୁ ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି, "ଆଇ ମିସ ୟୁ ମମ ।" ଜଣାଇ ଦେଉଛୁ ଯେ ଗତକାଲି ଶ୍ରୀଦେବୀ ଓ ବୋନିଙ୍କ ବିବାହ ବାର୍ଷିକି ଥିଲା । ଏମିତିରେ ମା'ଙ୍କୁ ମନେପକାଇ ଜାହ୍ନବୀ ଖୁବ୍ ଇମୋଶନାଲ ହୋଇଯାଇଥିଲେ । ତେଣୁ ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର ମା'ଙ୍କୁ ବହୁତ ମିସ କରୁଛନ୍ତି ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ପ୍ରକାଶ ଥାଉକି ଶ୍ରୀଦେବୀ ଓ ବୋନି 1996 ଜୁନ 2ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଅନ୍ୟପଟେ ଶ୍ରୀଦେବୀଙ୍କ ମୃତ୍ୟୁ ଗତ ବର୍ଷ ଫେବୃଆରୀ 24ରେ ଦୁବାଇରେ ଘଟିଥିଲା ।