ଓଡିଶା

odisha

ETV Bharat / sitara

Khushi Kapoor's b'day: 'ବାର୍ବି ବେବି' ଲୁକ୍‌ ସେୟାର କଲେ ଜାହ୍ନବୀ

ଖୁସି କପୁରଙ୍କ ବର୍ଥ ଡେ' ପାର୍ଟିରେ ନିଜ ବାର୍ବି ବେବି ଲୁକ୍‌ ସେୟାର କଲେ ଅଭିନେତ୍ରୀ ଜାହ୍ନବୀ । ଅଧିକ ପଢନ୍ତୁ...

Khushi Kapoor's b'day: 'ବାର୍ବି ବେବି' ଲୁକ୍‌ ସେୟାର କଲେ ଜାହ୍ନବୀ
Khushi Kapoor's b'day: 'ବାର୍ବି ବେବି' ଲୁକ୍‌ ସେୟାର କଲେ ଜାହ୍ନବୀ

By

Published : Nov 6, 2021, 4:19 PM IST

ହାଇଦ୍ରାବାଦ:ଅଙ୍କଲ୍‌ ଅନିଲ କପୁରଙ୍କ ଘରେ ଦୀପାବଳି ପାଳନ କରିବା ପରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସାନ ଭଉଣୀ ଖୁସି କପୁରଙ୍କ ଜନ୍ମଦିନ ପାଳିଛନ୍ତି । ଏହି ଅବସରରେ ସେ ଖୁସିଙ୍କ ସହିତ ସେୟାର କରିଛନ୍ତି ନିଜ 'ବାର୍ବି ବେବି' ଲୁକ୍‌ । ଏଥିରେ ସେ ଏକ ପିଙ୍କ ଆଉଟଫିଟ୍‌ ପିନ୍ଧିଥିବା ଆସିଛନ୍ତି ନଜର ।

ଶନିବାର ଜାହ୍ନବୀ ସୋସିଆଲ ମିଡ଼ିଆରେ ଖୁସିଙ୍କ ବର୍ଥ ଡେ' ବ୍ୟାସ୍‌ର କିଛି ଫଟୋକୁ ସେୟାର କରିଛନ୍ତି । ଏହି ପାର୍ଟିରେ କପୁର ସିଷ୍ଟର ପିଙ୍କ୍‌ ରଙ୍ଗକୁ ଥିମ ଭାବେ ରଖିଥିଲେ । ଏଥିରେ ଜାହ୍ନବୀ ଏକ ଗାଢ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଖୁସି ପିନ୍ଧିଥିଲେ ପାଉଡର ପିଙ୍କ୍‌ ରଙ୍ଗର ଆଉଟଫିଟ । ଏହି ବର୍ଥ ଡେ' ପାର୍ଟିରେ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ଯୋଗ ଦେଇଥିଲେ । ଜାହ୍ନବୀ ଖୁସିଙ୍କ ବର୍ଥ ଡେ' ପାର୍ଟିରେ ନିଜ ଲୁକକୁ ସୋସିଆଲ ମିଡି଼ଆରେ ସେୟାର କରି କ୍ୟାପସନରେ ଲେଖିଥିଲେ, "barbie baby"

ଅନ୍ୟ ଏକ ପୋଷ୍ଟରେ ସେ ବର୍ଥ ଡେ' ଗର୍ଲ ଖୁସି ଓ ବନ୍ଧୁଙ୍କ ଫଟୋକୁ ସେୟାର କରି ଖୁସିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାରି ମଧ୍ୟରେ ଜାହ୍ନବୀ ନିଜର ଆଗାମୀ ଫିଲ୍ମ 'ମିଲ୍ଲି'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ମାଲାୟାଲାମ ଥ୍ରିଲର 'Helen'ର ରିମେକ ହେଉଛି ମିଲ୍ଲି । ଏହି ଚଳଚ୍ଚିତ୍ରଟି ୨୦୧୯ ବର୍ଷ ପାଇଁ ବେଷ୍ଟ ଡେବ୍ୟୁ ଫିଚର ଭାବେ ଜାତୀୟ ଇନ୍ଦିରା ଗାନ୍ଧୀ ଆୱାର୍ଡ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details