ଓଡିଶା

odisha

ETV Bharat / sitara

'ୱାର' ଟିଜର ଦେଖି ଇମୋଶନାଲ ଜ୍ୟାକି

ସୋମବାର ରିଲିଜ ହୋଇଥିବା 'ୱାର' ଫିଲ୍ମର ଟିଜରକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଦର୍ଶକଙ୍କ ତାଲିକାରେ ସାମିଲ ଅଛନ୍ତି ଟାଇଗରଙ୍କ ପିତା ଜ୍ୟାକି । ସେ ଟ୍ବିଟରରେ ପୋଷ୍ଟ ସେୟାର କରି ହ୍ରିତିକ ଓ ଟାଇଗରଙ୍କୁ ନେଇ ଶୁଣାଇଲେ ଗୋଟେ ପୁରୁଣା କାହାଣୀ ।

By

Published : Jul 16, 2019, 1:46 PM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଟାଇଗର ଶ୍ରଫ ଓ ହ୍ରିତିକ ରୋଶନଙ୍କ ଆକ୍ସନ ଫିଲ୍ମ 'ୱାର'ର ଟିଜର ଗତକାଲି ରିଲିଜ ହୋଇଯାଇଛି । ଫିଲ୍ମଟି ଅକ୍ଟୋବର 2ରେ ପରଦାରେ ରିଲିଜ ହେବାକୁ ଯାଉଛି । ଟିଜରରେ ଦୁଇ ଷ୍ଟାରଙ୍କ ଦମଦାର ଆକ୍ସନ ସିନ ଦେଖିବାକୁ ମିଳୁଛି । ହ୍ରିତିକ ଓ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ଫ୍ୟାନ୍ସ ଦୀର୍ଘ ସମୟରୁ ଅପେକ୍ଷା କରିବସିଛନ୍ତି । ଏହି ଗୁରୁ-ଶିଷ୍ୟଙ୍କ ଯୋଡି ପରଦାରେ ଦେଖିବାକୁ ଖୁବ୍ ବ୍ୟାକୁଳ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଟ୍ବିଟର@ଜ୍ୟାକି ଶ୍ରଫ

ଟିଜର ଜାରି ହେବା ପରେ ଟାଇଗରଙ୍କ ବାପା ତଥା ଅଭିନେତା ଜ୍ୟାକି ଶ୍ରଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ବିଟରରେ ଫିଲ୍ମର ଟିଜର ସେୟାର କରି ଜ୍ୟାକି ଇମୋଶନାଲ ଅନ୍ଦାଜରେ ଲେଖିଛନ୍ତି, "ମୋତେ ସେହି ସମୟ ସ୍ମରଣ ଅଛି, ଯେବେ ହ୍ରିତିକ ଫିଲ୍ମ କିଙ୍ଗ ଅଙ୍କଲ ପାଇଁ ଆସିଷ୍ଟେଣ୍ଟ ଡାୟରେକ୍ଟର ରୂପେ କାମ କରିଥିଲେ । ସେହି ସମୟରେ ଟାଇଗର ବହୁତ ଛୋଟ ଥିଲେ । ଆଉ ହ୍ରିତିକ ପୁଅ ପରି ଟାଇଗରଙ୍କ ଯତ୍ନ ନେଇଥିଲେ । ଏହି ଫିଲ୍ମରେ ଦୁଇଜଣଙ୍କୁ ସାମ୍ନାସାମ୍ନି ଦେଖିବାକୁ ମିଳିବ । ଟାଇଗରଙ୍କ ଟକ୍କର ସେହି ଅଭିନେତାଙ୍କ ସହ ହୋଇଛି ଯିଏ ତାଙ୍କର ଫେଭରେଟ ଅଭିନେତା ।"

ପ୍ରକଶ ଥାଉକି ଜ୍ୟାକି ଯେଉଁ ଫିଲ୍ମ ବିଷୟରେ ଟ୍ବିଟରରେ ଲେଖିଛନ୍ତି ସେହି ଫିଲ୍ମଟି ଫିଲ୍ମ ନିର୍ମାତା ରାକେଶ ରୋଶନଙ୍କ ଫିଲ୍ମ ଥିଲା । ଫିଲ୍ମରେ ଜ୍ୟାକି ମୁଖ୍ୟ ହିରୋ ଥିଲେ ଆଉ ହ୍ରିତିକ ଫିଲ୍ମରେ ସହ-ନିର୍ଦ୍ଦେଶକ ରୂପେ କାମ କରୁଥିଲେ । ସବୁଠାରୁ ମଜାଦାର କଥା ହେଲା କି ସେହି ସମୟରେ ଟାଇଗର ମାତ୍ର 3 ବର୍ଷର ଥିଲେ ।

ABOUT THE AUTHOR

...view details