ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସିଜଲିଂ କେମେଷ୍ଟ୍ରି ପରଦାରେ ପୁଣି ଦେଖିବାକୁ ଯାଉଛନ୍ତି ଦର୍ଶକ । ‘ଜବରିୟା ଯୋଡି’ ନେଇ ଦର୍ଶକଙ୍କୁ ନୂଆ ଭେଟି ଦେବେ ଏହି ଯୋଡି । ଇତିମଧ୍ୟରେ ଫିଲ୍ମର ନୂଆ ଗୀତ ରିଲିଜ ହୋଇଯାଇଛି । ଏହି ୱେଡିଂ ସଙ୍ଗ ‘ମଚ୍ଛରଦାନି’ ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିବ । କାରଣ ଏବର୍ଷ ୱେଡିଂ ସିଜନରେ ଏହି ଗୀତରେ ନାଚିବେ ବରଯାତ୍ରୀ ।
ଗୀତରେ ଫେମସ ପଞ୍ଜାବି ଗାୟିକା ଜ୍ୟୋତିକା ଟାଙ୍ଗରିଙ୍କ ଶାନଦାର କଣ୍ଠ ଶୁଣିବାକୁ ମିଳୁଛି । ଗୀତଟି ଟ୍ବିଟରରେ ସେୟାର କରି ପରିଣୀତି ଲେଖିଛନ୍ତି, "କିଛି ଜବରିୟା ଷ୍ଟାଇଲରେ ସେଲିବ୍ରେଶନ କରିବା । ଟିକେ ହଟକେ ୱେଡିଂ ସଙ୍ଗ ମଚ୍ଛରଦାନି ରିଲିଜ ହୋଇଯାଇଛି ।"
ଏହାପୂର୍ବରୁ ଫିଲ୍ମର ‘ଖଡକେ ଗ୍ଲାସୀ’, ‘ଜିଲ୍ଲା ହିଲେଲା’, ‘ଢୁଣ୍ଢେ ଆଖିୟାଂ’ ଭଳି ଗୀତ ରିଲିଜ ହୋଇସାରିଛି । ଯାହା ଚାର୍ଟବଷ୍ଟର ହିଟ୍ସ ହୋଇଛି ।
ପରିଣୀତି ଓ ସିଦ୍ଧାର୍ଥଙ୍କ ବ୍ୟତୀତ ଫିଲ୍ମରେ ଜାଭେଦ ଜାଫରୀ, ଅପାରଶକ୍ତି ଖୁରାନା, ସଞ୍ଜୟ ମିଶ୍ରା ଓ ଚନ୍ଦନ ରାୟ ସାନ୍ୟାଲ ଭଳି ଦମଦାର କଳାକାରଙ୍କ କମେଡି ମଧ୍ୟ ଦେଖିବାକୁ ମିଳିବ । ଶୋଭା କପୁର, ଏକତା କପୁର ଓ ଶୈଲେଶ ଆର ସିଂ ଦ୍ବାରା ନିର୍ମିତ ‘ଜବରିୟା ଯୋଡି’ ବାଲାଜି ଟେଲିଫିଲ୍ମସ ତଥା କର୍ମା ମିଡିଆ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନରେ ତିଆରି କରାଯାଇଛି । ଅଗଷ୍ଟ 2ରେ ଏହି ଫିଲ୍ମଟି ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ।
ପ୍ରକାଶ ଥାଉକି ‘ଜବରିୟା ଯୋଡି’ ବିହାର ଓ ଉତ୍ତର ପ୍ରଦେଶର କିଛି ସ୍ଥାନରେ ପ୍ରଚଳିତ 'ପକଡୱା ବିବାହ' ଉପରେ ଆଧାରିତ । ଏହି ପ୍ରଥାରେ ଝିଅ ପରିବାର ପୁଅକୁ ଜବରଦସ୍ତ ଉଠାଇ ନେଇ ନିଜ ଝିଅ ସହ ବିବାହ କରାଆନ୍ତି । ଯାହା ଆଜି ସମାଜରେ ଏକ ସମ୍ବେଦନଶୀଳ ବିଷୟବସ୍ତୁ ସାଜିଛି ।