ଓଡିଶା

odisha

ETV Bharat / sitara

ଇଶାନଙ୍କ ହାତରେ 2ଟି ବଡ ପ୍ରୋଜେକ୍ଟ

ଶାହିଦ କପୁରଙ୍କ ଡେବ୍ୟୁ ଫିଲ୍ମ 'ଇଶ୍କ ଭିସ୍କ'ର ସିକ୍ବେଲ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ଈଶାନ ।

By

Published : Jul 5, 2019, 3:14 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଈଶାନ ଖଟ୍ଟର

ମୁମ୍ବାଇ: 'ବିୟଣ୍ଡ ଦ କ୍ଲାଉଡ୍ସ' ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିବା ଅଭିନେତା ଇଶାନ ଖଟ୍ଟର ଖୁବଶୀଘ୍ର ଦୁଇଟି ବଡ ପ୍ରୋଜେକ୍ଟରେ ନଜର ଆସିବେ । ଯାହାର ଘୋଷଣା ଆଉ କିଛି ଦିନ ପରେ ହେବ । ଶୁଣିବାକୁ ମିଳୁଛି ଯେ ଏହି ଦୁଇ ଫିଲ୍ମ ପାଇଁ ଦୀର୍ଘସମୟରୁ ଇଶାନଙ୍କ ସହ କଥାବାର୍ତ୍ତା ଚଲାଇଥିଲେ ମେକର୍ସ । ଏବେ ଫିଲ୍ମ ପାଇଁ ରାଜି ହୋଇ ଈଶାନ ସାଇନ ମଧ୍ୟ କରିସାରିଲେଣି ।

ପ୍ରକାଶ ଥାଉକି 'ବିୟଣ୍ଡ ଦ କ୍ଲାଉଡ୍ସ' ପରେ ଈଶାନ ଶ୍ରୀଦେବୀଙ୍କ ତନୟା ଜାହ୍ନବୀଙ୍କ ସହ ଧଡକ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଜରିଆରେ ଦୁଇ ଷ୍ଟାର ବି-ଟାଉନରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇପାରିଥିଲେ ।

ଈଶାନଙ୍କୁ ନେଇ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଭାଇ ଶାହିଦ କପୁରଙ୍କ ଡେବ୍ୟୁ ଫିଲ୍ମ 'ଇଶ୍କ ଭିସ୍କ'ର ସିକ୍ବେଲ ଫିଲ୍ମରେ ନଜର ଆସିବେ । ଯାହା ପାଇଁ ପ୍ରସ୍ତୁତି ଚାଲିଛି ।

ABOUT THE AUTHOR

...view details