ଓଡିଶା

odisha

ETV Bharat / sitara

ମୀରା ନାୟରଙ୍କ ଆଗାମୀ ଶୋରେ ତବ୍ବୁଙ୍କ ସହ ଈଶାନ

‘ଏ ସୁଇଟେବଲ ବଏ’ ର ସୁଟିଂ ଆସନ୍ତା ମାସରେ ଆରମ୍ଭ କରିବେ ଈଶାନ ଖଟ୍ଟର । ପୂର୍ବରୁ ଏହି ଶୋ’ରେ ସାମିଲ ଅଛନ୍ତି ତବ୍ବୁ ।

By

Published : Aug 12, 2019, 9:54 PM IST

ଡିଜାଇନ ଫଟୋ

ମୁମ୍ବାଇ: ‘ଧଡକ’ ଅଭିନେତା ଈଶାନ ଖଟ୍ଟର ବିକ୍ରମ ସେଟ୍ଟୀଙ୍କ ଉପନ୍ୟାସ ‘ଏ ସୁଇଟେବଲ ବଏ’ ଉପରେ ଆଧାରିତ ମୀରା ନାୟରଙ୍କ ଶୋରେ ଈଶାନ ଖଟ୍ଟର ମଧ୍ୟ ନଜର ଆସିବେ । ‘ଏ ସୁଇଟେବଲ ବଏ’ର ଉପନ୍ୟାସରେ ଚାରୋଟି ପାରିବାରିକ କାହାଣୀ ଦେଖିବାକୁ ମିଳିବ । ତବ୍ବୁ ଏହାପୂର୍ବରୁ ‘ଦ ନେମସେକ’ରେ ଅଭିନୟ କରିସାରିଛନ୍ତି । ଏହାର ପ୍ରସାରଣ ବିବିସିରେ ଛଅ ଭାଗରେ କରାଯିବ ।

ଈଶାନ ଏଥିରେ ଜଣେ ନେତାଙ୍କ ଜିଦିଆ ପୁଅ ମାନ କପୁର ଭୂମିକାରେ ନଜର ଆସିବେ । ଆଉ ଏହି ଅବସରରେ ସେ କହିଛନ୍ତି କି ନାୟରଙ୍କ ସହ କାମ କରିବା କୌଣସି ସମ୍ମାନ ଠାରୁ କମ ନୁହେଁ । ଈଶାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଇଜରାଇଲୀ ଫିଲ୍ମମେକର ମାଜିଦ ମାଜିଦିଙ୍କ ‘ବେୟଣ୍ଡ ଦ କ୍ଲାଉଡ୍ସ’ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଅନ୍ୟପଟେ ତବ୍ବୁ ମଧ୍ୟ ପୁଣିଥରେ ନାୟରଙ୍କ ସହ କାମ କରିବାର ସୁଯୋଗ ପାଇବାରୁ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି, ‘ମୁଁ ବହୁତ ଖୁସି ଅଛି କି ଏ ସୁଇଟେବଲ ବଏରେ ସାମିଲ ହେବା ସହ ମତେ ମୀରାଙ୍କ ସହ କାମ କରିବାର ଦ୍ବିତୀୟ ସୁଯୋଗ ମିଳିଥିବାରୁ ।’

ବିବିସି ପାଇଁ ଲୁକପଏଣ୍ଟ ଦ୍ବାରା ନିର୍ମିତ ଏହି କାର୍ଯ୍ୟକ୍ରମରେ ବିଟ୍ରିଶ ପଟକଥା ଲେଖକ ଏହି ଅବସରରେ ଏଡ୍ରୟୁ ଡେଭିସ ଲେଖିଛନ୍ତି, ‘କାର୍ଯ୍ୟକ୍ରମରେ ଲତାଙ୍କ ଭୂମିକାରେ ନବାଗତ ଅଭିନେତ୍ରୀ ତାନ୍ୟା ମଣିକତଲା ନଜର ଆସିବେ ।’

ସେହିପରି ନାୟର ମଧ୍ୟ କହିଛନ୍ତି କି ଏ ସୁଇଟେବଲ ବଏରେ କାମ କରିବା ନିଷ୍ପତ୍ତି ସେ ଏଥି ନିମନ୍ତେ ନେଇଥିଲେ, କାରଣ ସେ ମାନୁଛନ୍ତି ଏହା ଚିରସ୍ମରଣୀୟ କାହାଣୀ । ଏହି କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଜୁନରେ ପ୍ରସାରିତ ହେବ ।

ABOUT THE AUTHOR

...view details