ମୁମ୍ବାଇ: ଭାଇଜାନ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ଗତବର୍ଷ ଫିଲ୍ମ ‘ଲଭଯାତ୍ରୀ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଗତବର୍ଷ ଅକ୍ଟୋବରରେ ରିଲିଜ ହୋଇଥିବା ‘ଲଭଯାତ୍ରୀ’ ଫିଲ୍ମକୁ ଖୁବ୍ ପ୍ରଶଂସା କରିଥିଲେ ଦର୍ଶକ । ଏହାସହ ଆୟୁଷଙ୍କ ଅଭିନୟର ଚର୍ଚ୍ଚାକୁ ନେଇ ମଧ୍ୟ ଖୁବ୍ ଜୋର ଧରିଥିଲା । ଫିଲ୍ମରେ ତାଙ୍କ ସହ ସୁନ୍ଦରୀ ଅଭିନେତ୍ରୀ ୱାରିନା ହୁସେନ ଡେବ୍ୟୁ କରିଥିଲେ ।
ଇତିମଧ୍ୟରେ ଆୟୁଷ ନିଜର ଦ୍ବିତୀୟ ଫିଲ୍ମ କରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି । ସେ ଖୁବଶୀଘ୍ର ‘କ୍ବଥା’ ଫିଲ୍ମ ନେଇ ପରଦାରେ ନଜର ଆସିବେ । ସବୁଠାରୁ ବଡ କଥା ହେଲା କି, ଆୟୁଷଙ୍କ ଏହି ଫିଲ୍ମ ଜରିଆରେ ବଲିଉଡରେ ଆଉ ଏକ ନୂଆ ଚେହେରାର ପଦାର୍ପଣ ହେବାକୁ ଯାଉଛି ।