ଓଡିଶା

odisha

ETV Bharat / sitara

ବର୍ଷାକୁ ଭଲ ପାଉଥିଲେ ଇରଫାନ

ଇରଫାନଙ୍କ ପୁଅ ବାବିଲ ତାଙ୍କ ଇନଷ୍ଟାଗ୍ରାମରେ ପିତାଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମରୁଭୂମିରେ ଏକ ଓଟକୁ ଖାଇବାକୁ ଦେଉଛନ୍ତି । ତେବେ, ଏହାକୁ ନେଇ ବାବିଲ କହିଛନ୍ତି, ବର୍ଷା ସମୟକୁ ନେଇ ଇରଫାନଙ୍କର ଏକ ଅଭୃତ ଚିନ୍ତାଧାରା ଥିଲା । ଅଧିକ ପଢନ୍ତୁ...

irrfan khan had strange understanding of rain
ଇରଫାନଙ୍କ ଏକ ପୁରୁଣା ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଭାବବିହ୍ବଳ କଲେ ପୁଅ

By

Published : Jun 7, 2020, 7:03 AM IST

ମୁମ୍ବାଇ: ଚଳିତ ବର୍ଷ ଏପ୍ରିଲରେ ବଲିଉଡର ଭେଟେରାନ ଅଭିନେତା ଇରଫାନ ଖାନ ଦୁନିଆକୁ ଅଲବିଦା ଜଣାଇଥିଲେ । ସେହି ଦିନଠାରୁ ତାଙ୍କ ପୁଅ ବାବିଲ ତାଙ୍କ ପିତାଙ୍କ ସହ ଜଡିତ ଅନେକ ସ୍ମୃତି ସେୟାର କରୁଛନ୍ତି । ଶନିବାର ଦିନ ବାବିଲ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଇରଫାନ ଏକ ଓଟକୁ କିଛି ଖାଇବାକୁ ଦେଉଛନ୍ତି ।

ଏହି ଫଟୋ କ୍ୟାପସନରେ ବାବିଲ ଲେଖିଛନ୍ତି, ବର୍ଷା ସମୟକୁ ନେଇ ବାପାଙ୍କର ଏକ ଅଭୃତ ଚିନ୍ତାଧାରା ଥିଲା । ମୁଁ ଅନୁଭବ କରିଥିବା କୌଣସି ଜିନିଷ ସହିତ ଏହାକୁ ତୁଳନା କରିପାରିବି ନାହିଁ । କିନ୍ତୁ, ମୋ ଶବ୍ଦ ମାଧ୍ୟମରେ ଯେତିକି ସମ୍ଭବ କହିପାରିବି ଯେ, ବର୍ଷା ସମୟ ସହିତ ତାଙ୍କର ଏକ ଅଭୃତ ସଂଯୋଗ ଥିଲା, ଯାହା କେବଳ ମରୁଭୂମିରେ ହିଁ ବୁଝିଥାଏ ।

ଏହି ଫଟୋକୁ ଇରଫାନଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଏହି ଫଟୋରେ ଜଣେ ପ୍ରଶଂସକ ଲେଖିଛନ୍ତି, ଏହା ବହୁତ ସୁନ୍ଦର ଅଟେ । ବର୍ଷା ସମୟରେ ହିଁ ଇରଫାନଙ୍କ ଉପସ୍ଥିତି ଅନୁଭବ ତୁମକୁ ହେବ । ସେ ଜଣେ ସରଳ ବ୍ୟକ୍ତି ଥିଲେ, ଯିଏ ଛୋଟ ଛୋଟ ଜିନିଷରେ ମଧ୍ୟ ଖୁସି ଖୋଜୁଥିଲେ । ପ୍ରକାଶ ଥାଉକି, ଦୁଇ ବର୍ଷ ଧରି କ୍ୟାନସର ସହ ଲଢିବା ପରେ ଇରଫାନ୍ ଏପ୍ରିଲ୍ 29ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details