ଓଡିଶା

odisha

ETV Bharat / sitara

4 ବର୍ଷରୁ ଡିପ୍ରେସନ ସହ ଲଢୁଛନ୍ତି ଆମୀରଙ୍କ ଝିଅ ଇରା, ସେୟାର କଲେ ଭିଡିଓ

ନିକଟରେ ଆମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଇରା ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସେ ତାଙ୍କ ନିଜ ଜୀବନର ଯନ୍ତ୍ରଣାକୁ ସମଗ୍ର ବିଶ୍ବ ସହ ସେୟାର କରିଛନ୍ତି । ସେ ସାହସର ସହିତ ସବୁକିଛି କହିଛନ୍ତି । ଅଧିକ ପଢନ୍ତୁ...

ira khan on world mental health day suffering from depression video
ଗତ ଚାରି ବର୍ଷରୁ ଡିପ୍ରେସନ ସହ ଲଢୁଛନ୍ତି ଆମୀରଙ୍କ ଝିଅ ଇରା, ସେୟାର କଲେ ଭିଡିଓ

By

Published : Oct 11, 2020, 5:07 PM IST

ନୂଆଦିଲ୍ଲୀ: ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓ ଦେଖିବା ପରେ ସମସ୍ତ ପ୍ରଶଂସକ ଚକିତ ହୋଇଯାଇଛନ୍ତି ।

ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ଇରା ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସେ ନିଜ ଜୀବନର ଯନ୍ତ୍ରଣାକୁ ସମଗ୍ର ବିଶ୍ବ ସହ ସେୟାର କରିଛନ୍ତି । ସେ ସାହସର ସହିତ ସବୁକିଛି କହିଛନ୍ତି ।

ଭିଡିଓରେ ଇରା କହୁଛନ୍ତି ଯେ, ‘ହେଲୋ, ମୁଁ ଡିପ୍ରେସନରେ ଅଛି । ମୁଁ ଗତ ଚାରି ବର୍ଷ ଧରି ଡିପ୍ରେସନ ସହ ସଂଘର୍ଷ କରିଆସୁଛି । ମୁଁ ଡାକ୍ତରଙ୍କୁ ମଧ୍ୟ ଦେଖାଉଛି । ବର୍ତ୍ତମାନ ମୁଁ ଭଲ ଅଛି । ମୁଁ ମାନସିକ ସ୍ବାସ୍ଥ୍ୟ ଉପରେ କିଛି କରିବାକୁ ଚାହୁଁଥିଲି । କିନ୍ତୁ ମୁଁ କ’ଣ କରିବି ବୁଝିପାରିଲି ନାହିଁ ’।

ଏଥିସହିତ ଇରା ଏହି ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ତାଙ୍କ ଜୀବନ ଯାତ୍ରା ଦେଖାଇବାକୁ ଚାହୁଁଛନ୍ତି ଯେଉଁଠାରେ ସେ ଉଦାସୀନତା ବିରୋଧରେ ଲଢୁଛନ୍ତି ।

ଭିଡିଓ ଶେଷରେ, ଇରା ଏକ ପ୍ରଶ୍ନ ପଚାରିଛନ୍ତି କି, ତାଙ୍କ ପାଖରେ ସବୁକିଛି ଅଛି ତେବେ ସେ କାହିଁକି ଡିପ୍ରେସନରେ ଅଛନ୍ତି? ଇରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଅନେକ ପ୍ରତିକ୍ରିୟା ମିଳିଥିବା ସହ ସମସ୍ତେ ତାଙ୍କ ସାହାସକୁ ପ୍ରଶଂସା କରୁଛନ୍ତି ।

ABOUT THE AUTHOR

...view details