ଓଡିଶା

odisha

ETV Bharat / sitara

ବେଷ୍ଟଫ୍ରେଣ୍ଡଙ୍କ ଜନ୍ମଦିନରେ କରୀନାଙ୍କ ମସ୍ତି, ଫଟୋ ଭାଇରାଲ

ବଲିଉଡ ଅଭିନେତ୍ରୀ ତଥା ମଲାଇକା ଆରୋରାଙ୍କ ସାନ ଭଉଣୀ ଅମୃତା ଆରୋରା ଆଜି ତାଙ୍କର 44 ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଅଭିନେତ୍ରୀଙ୍କ ଗର୍ଲ ଗ୍ୟାଙ୍ଗ ବି ସାମିଲ ଥିଲେ । ଅଧିକ ପଢନ୍ତୁ

By

Published : Jan 31, 2022, 4:16 PM IST

ଅମୃତା ଆରୋରାଙ୍କ ଜନ୍ମଦିନରେ ବେଷ୍ଟଫ୍ରେଣ୍ଡ କରୀନା କପୁରଙ୍କ ମସ୍ତି ଫଟୋ ଭାଇରାଲ
ଅମୃତା ଆରୋରାଙ୍କ ଜନ୍ମଦିନରେ ବେଷ୍ଟଫ୍ରେଣ୍ଡ କରୀନା କପୁରଙ୍କ ମସ୍ତି ଫଟୋ ଭାଇରାଲ

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ତଥା ମଲାଇକା ଆରୋରାଙ୍କ ସାନ ଭଉଣୀ ଅମୃତା ଆରୋରା ଆଜି ତାଙ୍କର 44 ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଅଭିନେତ୍ରୀ ବିଳମ୍ବିତ ରାତିରେ ତାଙ୍କ ଘରେ ଜନ୍ମଦିନ ପାର୍ଟି ରଖିଥିଲେ, ଯେଉଁଥିରେ ଅମୃତାଙ୍କ ଗର୍ଲ ଗ୍ୟାଙ୍ଗ ବି ସାମିଲ ଥିଲେ ।

ଏହି ଅବସରରେ ତାଙ୍କ ସହ ବେଷ୍ଟଫ୍ରେଣ୍ଡ କରିନା କପୁର, କରିସ୍ମା କପୁର, ମଲିକା ଭଟ୍ଟ ଏବଂ ଭଉଣୀ ମଲାଇକା ଆରୋରା ମଧ୍ୟ ଥିଲେ। ମଲାଇକା ଆରୋରାଙ୍କ ସହ ତାଙ୍କ ପ୍ରେମିକ ଅର୍ଜୁନ କପୁର ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।

ଏଥି ସହିତ ଜନ୍ମଦିନ ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକି ମଲାଇକା, କରିସ୍ମା ଏବଂ କରୀନା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭଉଣୀ ସହିତ ଏକ ଫଟୋ ସେୟାର କରି ଅଭିନନ୍ଦନ ଜଣାଇବା ସହ ମଲାଇକା ଲେଖିଛନ୍ତି - ମୋ ଭଉଣୀକୁ ଜନ୍ମଦିନର ଶୁଭେଚ୍ଛା । କରିସ୍ମା ମଧ୍ୟ ଅଭିନନ୍ଦନ ଜଣାଇବାବେଳେ ଲେଖିଛନ୍ତି - ମୋର ଡାର୍ଲିଂ ଅମୋଲକୁ ଜନ୍ମଦିନର ଶୁଭେଚ୍ଛା । କରୀନା ଲେଖିଛନ୍ତି - ମୋର ବେଷ୍ଟଫ୍ରେଣ୍ଡକୁ ଜନ୍ମଦିନର ଶୁଭେଚ୍ଛା ।

ଏହି ଅବସରରେ କରୀନା କପୁର ତାଙ୍କ ସାଙ୍ଗମାନଙ୍କ ସହିତ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି । ଜନ୍ମଦିନର କ୍ୟାପ୍ ପିନ୍ଧି ସମସ୍ତେ ଅମୃତାଙ୍କ ସହ କେକ୍ କାଟିଛନ୍ତି । ଏହି ଫଟୋରେ ଗର୍ଲ ଗ୍ୟାଙ୍ଗ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ କରୀନା କପୁର ଏକ କଳା ସର୍ଟ ଡ୍ରେସରେ ଓ ମଲାଇକା ଏକ ଧଳା ଏବଂ କଳା ପୋଷାକରେ ନଜର ଆସିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details