ମୁମ୍ବାଇ: ଅଭିନେତା ଅର୍ଜୁନ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ' ଏହି ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅର୍ଜୁନଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ । କିନ୍ତୁ ଅର୍ଜୁନଙ୍କ ଦୁବାଇ ଫ୍ୟାନ୍ସଙ୍କ ପାଇଁ ନୈରାଶଜନକ ଖବର ସାମ୍ନାକୁ ଆସିଛି । କାରଣ ଦୁବାଇରେ ଏହି ଫିଲ୍ମର ରିଲିଜ ଉପରେ ବ୍ୟାନ ଲଗାଯାଇଛି ।
କଥାଟି ହେଲା କି ଫିଲ୍ମରେ ଦୁବାଇକୁ ନେଇ ଆପତ୍ତିଜନକ ଡାଇଲଗର ବ୍ୟବହାର କରାଯାଇଛି । ଫିଲ୍ମରେ ଗୋଟିଏ ଡାଇଗଲରେ ଶୁଣିବାକୁ ମିଳିଛି ଯେ ଦୁବାଇ ଆତଙ୍କବାଦୀର ଗଡ ବୋଲି । ଅଧିକାଂଶ ଆତଙ୍କବାଦୀ ପାକିସ୍ତାନ କିମ୍ବା ଦୁବାଇରେ ଅଛନ୍ତି । ଯାହାକୁ ନେଇ ଆପତ୍ତି କରିଛି UAE ସେନ୍ସର ବୋର୍ଡ । ତେଣୁ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଛି ସେନ୍ସର ବୋର୍ଡ ।