ଓଡିଶା

odisha

ETV Bharat / sitara

ସାରା ଓ ଅଭିନନ୍ଦନଙ୍କୁ ଖୋଜୁଛି ପାକିସ୍ତାନ !

ଅଭିନନ୍ଦନ ଓ ସାରା ଅଲ୍ଲି ଖାନ କୁ ଖୋଜୁଛି ପାକିସ୍ତାନ । ମୋଷ୍ଟ ସର୍ଚ୍ଚଡ ପର୍ସନାଲିଟିଜରେ ଏହି 2 ଭାରତୀୟ ଆଗରେ । ଅଧିକ ପଢନ୍ତୁ...

By

Published : Dec 12, 2019, 9:53 AM IST

ସାରା ଓ ଅଭିନନ୍ଦନଙ୍କୁ ଖୋଜୁଛି ପାକିସ୍ତାନ
ସାରା ଓ ଅଭିନନ୍ଦନଙ୍କୁ ଖୋଜୁଛି ପାକିସ୍ତାନ

ମୁମ୍ବାଇ: ଏହି ବର୍ଷ ପାକିସ୍ତାନରେ ଗୁଗୁଲରେ ସବୁଠାରୁ ଅଧିକ ଚର୍ଚ୍ଚିତ ବିଷୟରୁ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବଂ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ରହିଛନ୍ତି। ଯହାର ସୂଚନା ଦେଇଛି ଗୁଗୁଲ ।

'ଗୁଗୁଲ ଟ୍ରେଣ୍ଡସ ସର୍ଚ୍ଚ ଇନ୍ ଇୟର 2019'ର ସୂଚିରେ ଭାରତର ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ରିଅଲିଟ୍ ଶୋ ବିଗବସ୍ ସିଜନ୍-13 ରହିଛି। ସେହିପରି କାର୍ଟୁନ ନେଟୱର୍କର 'ମୋଟୁ ଔର ପତଲୁ' ଅଷ୍ଟମ ସ୍ଥାନରେ ରହିଛି ।

ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କ ତନୟା ସାରା ଅଲ୍ଲି ଖାନ୍ ସର୍ଚ୍ଚ ଇଞ୍ଜିନରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସାରା ନିଜର ଅଭିନୟ ଏବଂ ଡ୍ରେସିଙ୍ଗସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।

ତେବେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏହି ସୂଚିରେ ନବମ ସ୍ଥାନରେ ରହିଛି । ଅଭିନନ୍ଦନ ଏହି ବର୍ଷ ଫେବୃଆରୀରେ ଚର୍ଚ୍ଚାରେ ଆସିଥିଲେ । ଯେତେବେଳେ ସେ ପାକିସ୍ତାନର ଏଫ୍-16 ବିମାନକୁ ଖସାଇଥିଲେ ।

ABOUT THE AUTHOR

...view details