ଓଡିଶା

odisha

ETV Bharat / sitara

'ସୁପର-30' ରିଲିଜ ରୋକିବାକୁ ଦାବି କଲେ ଆଇଆଇଟି ଛାତ୍ର - release

ପୁଣି ବିବାଦ ଘେରରେ ହ୍ରିତିକଙ୍କ ଫିଲ୍ମ ସୁପର-30 । ଆଇଆଇଟି ଗୌହାଟିର ଚାରି ଛାତ୍ର ଫିଲ୍ମରେ ଭୁଲ ତଥ୍ୟା ଉପସ୍ଥାପନ କରାଯାଇଥିବାକୁ ଆଧାର କରି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ

By

Published : Jun 16, 2019, 4:05 AM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଅପକମିଂ ଫିଲ୍ମ 'ସୁପର-30' ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସୁଛି । ବିହାରର ପପୁଲାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା । 'ସୁପର-30'ର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଟ୍ରେଲରରେ ହ୍ରିତିକ, ଆନନ୍ଦଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା ।

ଟ୍ରେଲରରେ ଦେଖିବାକୁ ମିଳିଥିଲା କି ଆନନ୍ଦ କୁମାର ଗରିବ ଛାତ୍ରଛାତ୍ରୀଙ୍କୁ ଆଇଆଇଟିରେ ଆଡମିଶନ କରାଇବାରେ ସାହାଯ୍ୟ କରୁଛନ୍ତି । ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି । ଆଇଆଇଟି ଗୌହାଟିର ଚାରି ଛାତ୍ର ଫିଲ୍ମରେ ଭୁଲ ତଥ୍ୟା ଉପସ୍ଥାପନ କରାଯାଇଥିବାକୁ ଆଧାର କରି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ।

ଏହି ଚାରି ଛାତ୍ର ଅଭିନାଶ ବାରୋ, ବିକାଶ ଦାସ, ମୋନଜିତ ଡୋଲେ, ଧନୀରାମ ତାୱ ଗୁୱାହାଟି ହାଇକୋର୍ଟରେ ଜନହିତକାରୀ ଯାଚିକା ଦାୟର କରିଥିଲେ । ଗୁୱାହାଟି ହାଇକୋର୍ଟ ନୋଟିସ ଦେଇ ଆନନ୍ଦଙ୍କୁ ନିଜ ଅଭିଯୋଗ ବିରୋଧରେ ବୟାନ ଦେବାକୁ କହିଥିଲେ ।

ଅନ୍ୟପଟେ ଆନନ୍ଦ ଏହା ବିରୋଧରେ କୌଣସି ଜବାବ ଦେଇପାରିନଥିଲେ । ଫିଲ୍ମକୁ ନେଇ କ୍ରୋଧିତ ଥିବା ଛାତ୍ର ଫିଲ୍ମ 'ସୁପର-30' ରିଲିଜ ଉପରେ ରୋକ ଲଗାଇବା ପାଇଁ ଅପିଲ କରିଛନ୍ତି ।

ଏହି ଚାରି ଛାତ୍ର କହିଛନ୍ତି କି ତାଙ୍କ ବ୍ୟାଚର ଛାତ୍ରଙ୍କ ନାମ ଫିଲ୍ମରେ କୁହାଯାଇଛି, ଯେଉଁମାନଙ୍କୁ ଆଇଆଇଟିରେ ଆଡମିଶନ ମିଳିଛି । ଫିଲ୍ମକୁ କ୍ଲିନ ଚିଟ ଦେଇଥିବା ସିବିଏଫସି ମଧ୍ୟ ଛାତ୍ରଙ୍କୁ ହଇରାଣ କରୁଛି । ତେଣୁ ଏହି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାର ଦାବି କରିଛୁ । ଏହା ବ୍ୟତୀତ ସେହି ଛାତ୍ରମାନେ ଦାବ କରିଛନ୍ତି ଆଇଆଇଟିରେ ଅଧିକ ଛାତ୍ରଙ୍କୁ ଆଡମିଶନ ନେବା କଥାରେ ଆନନ୍ଦଙ୍କ ବୟାନ ସମ୍ପୂର୍ଣ୍ଣ ରୂପେ ଭୂଲ ବୋଲି ।

ABOUT THE AUTHOR

...view details