ଓଡିଶା

odisha

ETV Bharat / sitara

ଆଇଫା 2019: ଅଧିକ କାଟାଗୋରିରେ ‘ଅନ୍ଧାଧୁନ’

ଜାରି ହେଲା ଚଳିତ ବର୍ଷର ଆଇଫା ତାଲିକା । ସବୁଠାରୁ ଅଧିକ ବର୍ଗରେ ସ୍ଥାନ ପାଇଛି ଆୟୁଷ୍ମାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଅନ୍ଧାଧୁନ’ ।

By

Published : Aug 28, 2019, 11:19 PM IST

ଡିଜାଇନ ଫଟୋ

ମୁମ୍ବାଇ: ନିର୍ଦ୍ଦେଶକ ଶ୍ରୀରାମ ରାମଘନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ଅନ୍ଧାଧୁନ’ 66ତମ ଜାତୀୟ ଫିଲ୍ମ ମହୋତ୍ସବରେ ଅନେକ ପୁରସ୍କାର ନିଜ ନାମରେ କରିଥିଲା । ଏବେ ଏହି ଫିଲ୍ମକୁ 20ତମ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡମୀ (ଆଇଫା)ରେ ଅନେକ କାଟାଗୋରୀରେ ନୋମିନେଟ କରାଯାଇଛି ।

‘ଅନ୍ଧାଧୁନ’ଙ୍କୁ 13ଟି କାଟାଗୋରୀରେ ନୋମିନେଟ କରାଯାଇଛି । ଏହା ବ୍ୟତୀତ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରାଜି’ ଓ ରଣବୀର ସିଂ, ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଦ୍ମାବତ’କୁ 10-10ଟି ଲେଖାଏଁ ବର୍ଗରେ ନୋମିନେସନ ମିଳିଛି ।

ଅନ୍ୟପଟେ ରଣବୀର କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ‘ସଞ୍ଜୁ’ଙ୍କୁ 7ଟି କାଟାଗୋରୀ ମିଳିଥିବା ବେଳେ ଆୟୁଷ୍ମାନଙ୍କ ହିଟ୍ ଫିଲ୍ମ ‘ବଧାଇ ହୋ’କୁ 6ଟି କାଟାଗୋରୀରେ ନୋମିନେଟ କରାଯାଇଛି ।

ପ୍ରକାଶ ଥାଉକି ଶ୍ରେଷ୍ଠ ଅଭିନେତା ଦୌଡରେ ଆୟୁଷ୍ମାନ ଖୁରାନା, ରାଜକୁମାର ରାଓ, ରଣବୀର କପୁର, ରଣବୀର ସିଂ ଓ ବିକ୍କୀ କୌଶଲ ସାମିଲ ଅଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ଆଲିୟା ଭଟ୍ଟ, ଦୀପିକା ପାଦୁକୋନ, ନୀନା ଗୁପ୍ତା, ରାନୀ ମୁଖାର୍ଜୀ ଓ ତବ୍ବୁ ନୋମିନେଟ ହୋଇଛନ୍ତି । ଶ୍ରେଷ୍ଠ ଫିଲ୍ମ ତାଲିକାରେ ‘ଅନ୍ଧାଧୁନ’, ‘ବଧାଇ ହୋ’, ‘ପଦ୍ମାବତ’, ‘ରାଜି’, ‘ସଞ୍ଜୁ’ ସାମିଲ ଅଛି ।

ABOUT THE AUTHOR

...view details