ଓଡିଶା

odisha

ETV Bharat / sitara

ଆମୀରଙ୍କ ପ୍ରଶଂସାରେ ଖୁସି କୁନାଲ

କୁନାଲ କପୁର 'ରଙ୍ଗ ଦେ ବସନ୍ତୀ ' ଫିଲ୍ମରେ ଆମୀର ଖାନଙ୍କ ସହ କାମ କରିଛନ୍ତି । ସେ କହିଛନ୍ତି ଯେ ଯଦି ଆମୀର ମୋ ଫିଲ୍ମ 'କୋଇ ଜାନେ ନା' କୁ ପସନ୍ଦ କରିନଥାନ୍ତେ, ତେବେ ସେ ମତେ କୌଣସି ସ୍ଥାନରେ ଲୁଚିଯିବାକୁ କହିଥାନ୍ତେ । ଅଧିକ ପଢନ୍ତୁ...

By

Published : Mar 24, 2021, 10:52 PM IST

If Aamir didn't like Koi Jaane Na he would've said 'go hide somewhere': Kunal Kapoor
ଆମୀରଙ୍କ ପ୍ରଶଂସାରେ ଖୁସୀ କୁନାଲ

ହାଇଦ୍ରାବାଦ: ବଲିଉଡ ଅଭିନେତା ଆମୀର ଖାନ ଫିଲ୍ମ 'ରଙ୍ଗ ଦେ ବସନ୍ତୀ'ଙ୍କ କୋ-ଷ୍ଟାର କୁନାଲ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'କୋଇ ଜାନେ ନା'କୁ ପ୍ରଶଂସା କରିଛନ୍ତି ।

ଆମୀରଙ୍କ ପ୍ରଶଂସା ଫିଲ୍ମର ଟିମର ମନୋବଳକୁ ବଢାଇ ଦେଇଛି କାରଣ ସୁପରଷ୍ଟାର କୌଣସି ଚଳଚ୍ଚିତ୍ରକୁ ସହଜରେ ପ୍ରଶଂସା କରନ୍ତି ନାହିଁ ।

ଏକ ସାକ୍ଷାତକାର ସମୟରେ ଯେତେବେଳେ କୁନାଲଙ୍କୁ ପଚରାଯାଇଥିଲା ଯେ ସେ ଆମୀରଙ୍କ ପ୍ରଶଂସା ଶୁଣିବାରେ କିପରି ଅନୁଭବ କରୁଛନ୍ତି?

ଏହାର ଉତ୍ତରରେ କୁନାଲ କହିଛନ୍ତି ଯେ, ମିଷ୍ଟର ପରଫେକ୍ସନିଷ୍ଟଙ୍କ ଠାରୁ ମତାମତ ପାଇବା ଏକ ବଡ କଥା। ଯଦି ସେ ଫିଲ୍ମକୁ ପସନ୍ଦ କରିନଥାନ୍ତେ, ତେବେ ସେ ମତେ କୌଣସି ସ୍ଥାନରେ ଲୁଚିଯିବାକୁ କହିଥାନ୍ତେ। ସେ କଦାପି ମିଛ କହିବେ ନାହିଁ। ସେ ଫିଲ୍ମ ଦେଖିବା ପରେ ଖୁସିରେ ବାହାରକୁ ଆସିଥିଲେ, ଅର୍ଥାତ୍ ସେ ଫିଲ୍ମକୁ ପସନ୍ଦ କରିଥିଲେ ।

16 ମାର୍ଚ୍ଚରେ ମୁମ୍ବାଇରେ 'କୋଇ ଜାନେ ନା'ର ପ୍ରିମିୟରରେ ଯୋଗଦେବା ପରେ ଆମୀର ଏହି ଫିଲ୍ମକୁ ବହୁତ ପ୍ରଶଂସା କରିଥିଲେ ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରଟି ଆମୀରଙ୍କ ଘନିଷ୍ଠ ବନ୍ଧୁ ଅମିନ ହାଜି ନିର୍ଦ୍ଦେଶନା ଦେଇଛନ୍ତି ।

ABOUT THE AUTHOR

...view details