ଓଡିଶା

odisha

ETV Bharat / sitara

କରନଙ୍କୁ ନେଇ ମୁହଁ ଖୋଲିଲେ ସମଲିଙ୍ଗୀ ବୟଫ୍ରେଣ୍ଡ

କରନଙ୍କ ଜନ୍ମଦିନରେ ଫ୍ୟାଶନ ଡିଜାଇନର ପ୍ରବଲ ଗୁରଙ୍ଗ ସୋସିଆଲ ମିଡିଆରେ ଫଟୋ ସେୟାର କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବେ ଏହାକୁ ନେଇ ସମସ୍ତଙ୍କ ସାମ୍ନାରେ ନିଜ ବୟାନ ରଖିଛନ୍ତି ପ୍ରବଲ ।

ଡିଜାଇନ ଫଟୋ

By

Published : May 27, 2019, 10:14 PM IST

ମୁମ୍ବାଇ: ମେ 25ରେ ଫିଲ୍ମ ନିର୍ମାତା କରନ ଜୋହର ନିଜର 47ତମ ଜନ୍ମଦିନର ପାଳନ କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଥିବାର ନଜର ଆସିଥିଲେ । ଇତିମଧ୍ୟରେ କରନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ ସମଲିଙ୍ଗୀ ବୟଫ୍ରେଣ୍ଡ ଅର୍ଥାତ୍ ଫ୍ୟାଶନ ଡିଜାଇନର ପ୍ରବଲ ଗୁରଙ୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚହଳ ସୃଷ୍ଟି କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପ୍ରବଲ ଗୁରଙ୍ଗ

ପ୍ରବଲ ସେୟାର କରିଥିବା ଫଟୋ ଦେଖି ସମସ୍ତଙ୍କୁ ଲାଗୁଛି ଯେ ଦୁଇଜଣ ଖାସ୍ ରିଲେସନଶିପରେ ଅଛନ୍ତି ବୋଲି । ଏହି ଚର୍ଚ୍ଚା ପରେ ଏବେ ପ୍ରବଲ ନିଜର ପକ୍ଷ ସୋସିଆଲ ମିଡିଆରେ ରଖିଛନ୍ତି । ସେ କରନଙ୍କ ସହ ରିଲେସନଶିପର ଉଡା ଖବର ଉପରେ ଫୁଲଷ୍ଟପ ଲଗାଇଛନ୍ତି ।

ପ୍ରବଲ ଟ୍ବିଟରରେ ସ୍ପଷ୍ଟ କରି ଲେଖିଛନ୍ତି, "କରନ ତାଙ୍କର କେବଳ ଭଲ ବନ୍ଧୁ । କଣ ଆମେ କିଛି ମଜାକ କରିପାରିବୁ ନାହିଁ? ଏହା କହୁଥିବାରୁ ମୋତେ ବହୁତ ଦୁଃଖ ଏବଂ ନିରାଶ ଅନୁଭବ ହେଉଛି, କିନ୍ତୁ ସିଧା ଏବଂ ଅଧିକାରୀକ ରୂପେ ମୁଁ କରନଙ୍କ ସହ ରୋମାଣ୍ଟିକ ରିଲେସନଶିପରେ ନାହିଁ । ମୁଁ ଯେଉଁ ଫଟୋ ସେୟାର କରିଥିଲି, ତାହା କେବଳ ମଜାକରେ କରିଥିଲେ ।"

ପ୍ରକାଶ ଥାଉକି ଶନିବାର ପ୍ରବଲ, କରନଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, "ପ୍ୟାର କିୟା ତୋ ଡରନା କ୍ୟା, ହାପ୍ପି ବର୍ଥଡେ କରନ ଜୋହର ।" ଏହା ଉପରେ ସଙ୍ଗେ ସଙ୍ଗେ କରନ ରିପ୍ଲାଇ କରି ମଜାକ ଅନ୍ଦାଜରେ ଲେଖିଥିଲେ, "ଖୁଦ୍ କୋ କଣ୍ଟ୍ରୋଲ କରୋ ଭୈୟା ।"

ଦୁଇଜଣଙ୍କ ଏହି କଥା ପରେ ସୋସିଆଲ ମିଡିଆରେ ଦୁଇଜଣଙ୍କ ରିଲେସନଶିପକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏବେ ପ୍ରବଲଙ୍କ ଏହି କଥା ଶୁଣି ଦୁଇଜଣଙ୍କ ରିଲେସନଶିପରେ ଉଠୁଥିବା ପ୍ରଶ୍ନ ହୁଏତଃ ବନ୍ଦ ହୋଇପାରେ ।

For All Latest Updates

ABOUT THE AUTHOR

...view details