ନୂଆଦିଲ୍ଲୀ: ହ୍ୟାଣ୍ତସମ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ପତ୍ନୀ ସୁଜନ ଖାନ ବଲିଉଡର ଜଣାଶୁଣା ଦମ୍ପତି । ଏହି ଲକଡାଉନ ସମୟରେ ଦୁହେଁ ପିଲାମାନଙ୍କ ସହିତ ଏକାଠି ରହୁଛନ୍ତି ।
ନିକଟରେ ସୁଜନ ପିଲାଦିନର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସୁଜନ ପିତା ସଞ୍ଜୟ ଖାନ ଏବଂ ଭାଇଭଉଣୀ ଫରାହ, ଜାଏଦ ଏବଂ ସିମୋନିଙ୍କ ସହ ପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର କ୍ୟାପସନ୍ ରେ ସୁଜନ ଲେଖିଥିଲେ, "ବହୁ ପୂର୍ବରୁ ଥରେ, ଜୁହୁରେ ଏକ ପରିବାରର ଫଟୋ ... # ପ୍ରାଇସଲେସମୁମେଣ୍ଟ ।
ଏହି ପୋଷ୍ଟରେ, ହ୍ରିତିକ ଏକ ଦର୍ଶକ ଦୃଷ୍ଟି ଆକର୍ଷକ କମେଣ୍ଟ ଦେଇଛନ୍ତି ।