ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। ଗତ ବର୍ଷ ‘ୱାର’ ଓ ‘ସୁପର 30’ ଭଳି ହିଟ୍ ଫିଲ୍ମ ଦେବାରେ ହ୍ରିତିକ ଖୁବଶୀଘ୍ର ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ବର୍ତ୍ତମାନ ଆମେରିକା ଏଜେନ୍ସୀ ଗେର୍ଶ ହଲିଉଡ ଫିଲ୍ମ ପାଇଁ ଅଫର ଦେଇଛନ୍ତି। ଯେଉଁଥିରେ କାମ କରିବାକୁ ହଁ କରିଛନ୍ତି ହ୍ରିତିକ।
ହଲିଉଡରେ ଡେବ୍ୟୁ କରିବେ ହ୍ରିତିକ, ସାମ୍ନାକୁ ଆସିଲା ଏହି ଖବର
ଖୁବଶୀଘ୍ର ଗ୍ଲୋବାଲ ଆକ୍ଟର ସାଜିବାକୁ ଯାଉଛନ୍ତି ହ୍ରିତିକ ରୋଶନ। ତାଙ୍କୁ ହଲିଉଡ ଫିଲ୍ମରୁ ଅଫର ମିଳିଛି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।
ନିକଟରେ ହ୍ରିତିକଙ୍କ ମ୍ୟାନେଜର ଏହି ଖବରକୁ କନଫର୍ମ କରିଥିଲେ। ସେ କହିଥିଲେ ବିଦେଶୀ ଏଜେନ୍ସୀ ତାଙ୍କୁ ସାଇନ କରିନେଇଛନ୍ତି। ହେଲେ କେବେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହେବ ତାହା ନେଇ ସେ କୌଣସି ଖୁଲାସା କରିନଥିଲେ । ପ୍ରକାଶ ଥାଉକି ହ୍ରିତିକଙ୍କ ପୂର୍ବରୁ ବି-ଟାଉନର ସୁନ୍ଦରୀ ଦୀପିକା ପାଦୁକୋନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ପ୍ରିୟଙ୍କା ଚୋପ୍ରା ହଲିଉଡ ପ୍ରୋଜେକ୍ଟରେ କାମ କରି ଫେମସ ହୋଇସାରିଛନ୍ତି।
ବର୍ତ୍ତମାନ ହ୍ରିତିକ ନିଜ ‘କ୍ରିଶ’ ସିରିଜକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ‘କ୍ରିଶ 4’ ଏବର୍ଷ ରିଲିଜ କରିବାର ପ୍ଲାନିଂ କରିଛନ୍ତି ମେକର୍ସ । ହେଲେ ଏଯାବତ ଏହି ଫିଲ୍ମ ରିଲିଜକୁ ନେଇ କୌଣସି ଖୁଲାସା ହୋଇନାହିଁ । ପୂର୍ବରୁ ଏହାର ତିନୋଟି ସିରିଜ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ସେହିପରି ଗତ ବର୍ଷ ରିଲିଜ ହୋଇଥିବା ତାଙ୍କ ଅଭିନୀତ ଆକ୍ସନ ଫିଲ୍ମ ‘ୱାର’ରେ ତାଙ୍କ ସହ ନଜର ଆସିଥିଲେ ଟାଇଗର ଶ୍ରଫ। ଏହି ଦୁଇ ଅଭିନେତାଙ୍କ ଜବରଦସ୍ତ ଆକ୍ସନ ସିନ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ। ବିଶ୍ବସ୍ତରରେ ଫିଲ୍ମ 300 କୋଟିରୁ ଅଧିକ ଆୟ କରି ବ୍ଲକବଷ୍ଟର ଫିଲ୍ମ ସାଜିଥିଲା।