ଓଡିଶା

odisha

ETV Bharat / sitara

ହ୍ରିତିକଙ୍କ ଭଉଣୀ ସୁନୈନା ଗୁରୁତର ଅସୁସ୍ଥ

ମେଡିକାଲରେ ଭର୍ତ୍ତି ହେଲେ ହ୍ରିତିକ ରୋଶନଙ୍କ ଭଉଣୀ ସୁନୈନା । Bipolar disorder ରୋଗରେ ଆକ୍ରାନ୍ତ ସୁନୈନା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁନୈନା ରୋଶନ

By

Published : Jun 10, 2019, 11:57 PM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ 'ସୁପର-30'ର ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ହ୍ରିତିକଙ୍କ ଭଉଣୀ ସୁନୈନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେ ବର୍ତ୍ତମାନ Bipolar disorderର ଶିକାର ହୋଇଛନ୍ତି । ଅନ୍ୟପଟେ ଡାକ୍ତର ମଧ୍ୟ କହିଦେଇଛନ୍ତି କି ଆଗାମୀ 24 ଘଣ୍ଟା ତାଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ ।

କିଛି ଦିନ ହେବ Bipolar disorder ପାଇଁ ସେ ଖୁବ୍ ଅସୁସ୍ଥ ରହିଥିଲେ । କିନ୍ତୁ ଏବେ ତାଙ୍କ ସ୍ବାସ୍ଥ ଆହୁରି ବିଗିଡିବାରୁ ରୋଶନ ପରିବାର ଚିନ୍ତାରେ ପଡିଛି ।

ଜଣାଇ ଦେଉଛୁ ଯେ ସୁନୈନା ପୂର୍ବରୁ ମଧ୍ୟ ନିଜ ଡିପ୍ରେଶନକୁ ନେଇ ଆଲୋଚନା କରିସାରିଛନ୍ତି । 2018ରେ ସେ ଏକ ସାକ୍ଷାତକାରରେ ନିଜ ଡିପ୍ରେଶନ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଏହାସହ ସେ ସମସ୍ତଙ୍କୁ ନିଜ ଡିପ୍ରେଶନ ସହ ଲଢିବାକୁ ମଧ୍ୟ ପରାର୍ମଶ ଦେଇଥିଲେ ।

ପ୍ରକାଶ ଥାଉକି Bipolar disorder ଏକ ମାନସିକ ରୋଗ । ଏଥିରେ ବ୍ୟକ୍ତିର ମିଜାଜ ହଠାତ୍ ପରିବର୍ତ୍ତନ ହୋଇଯାଏ । ଏହି ସମୟରେ ରୋଗୀ ବହୁତ ନିରାଶ ଅନୁଭବ କରିଥାଏ । ଏହି ରୋଗର ଚିକିତ୍ସା ବର୍ଷ ବର୍ଷ ଧରି ଚାଲିଥାଏ ।

ABOUT THE AUTHOR

...view details