ମୁମ୍ବାଇ: ବଲିଉଡରେ ଷ୍ଟାଇଲ ଷ୍ଟେଟମେଣ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁପରଷ୍ଟାର ହ୍ରିତିକ ରୋଶନ ଏବେ ନୂଆ ଗେଟଅପ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଜବରଦସ୍ତ ଅଭିନୟ, ଡାନ୍ସ ଓ ଆକ୍ସନ ଫିଲ୍ମ କରିସାରିଥିବା ହ୍ରିତିକ ଏଥର କିଛି ଏମିତି କରିଛନ୍ତି, ଯାହାକୁ ନେଇ ଇଣ୍ଟରନେଟରେ ଚହଳ ସୃଷ୍ଟି ହୋଇଛି । ଏବେ ସେ ଦୁବାଇରେ ଅଛନ୍ତି। ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଖିଲଜିଙ୍କ ଷ୍ଟାଇଲକୁ କପି କଲେ ହ୍ରିତିକ, ଭାଇରାଲ ଫଟୋ - ହ୍ରିତିକ ରୋଶନଙ୍କ ସୁପରହିଟ୍ ଫିଲ୍ମ ସୁପର-30
ସୋସିଆଲ ମିଡିଆରେ ଛାଇଲା ହ୍ରିତିକ ରୋଶନଙ୍କ ନୂଆ ଫଟୋ । ସବୁବେଳେ ନିଜ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା ହ୍ରିତିକ ଏଥର ବି-ଟାଉନର ଏର୍ଣ୍ଣଜେଟିକ ଆକ୍ଟର ରଣବୀର ସିଂଙ୍କ ଷ୍ଟାଇଲକୁ କପି କରି ଚର୍ଚ୍ଚାରେ।
ଭାଇରାଲ ହେଉଥିବା ଫଟୋରେ ହ୍ରିତିକ ରେଡ ଟି-ସର୍ଟ ସହ ଧଳା ତଉଲିଆ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ତାଙ୍କର ଏହି ଷ୍ଟାଇଲ ରଣବୀର ସିଂଙ୍କ ଠାରୁ ପ୍ରେରଣାଦାୟକ।’ ଫ୍ୟାନ୍ସଙ୍କ ମନ କିଣିଛି ହ୍ରିତିକଙ୍କ ଏହି ନୂଆ ଅବତାର। ସେପଟେ ସୁପର 30ରେ ତାଙ୍କ ସହ ଅଭିନୟ କରିସାରିଥିବା ଅଭିନେତ୍ରୀ ମୃଣାଳ ଠାକୁର ତାଙ୍କ ଫଟୋ ଉପରେ କମେଣ୍ଟ କରି ଲେଖିଛନ୍ତି, ଜବରଦସ୍ତ କିନ୍ତୁ ଆପଣଙ୍କ ଗୋଡରେ କଣ ହୋଇଛି । ଫଟୋରେ ହ୍ରିତିକ ଡାହଣ ପାଦରେ ବ୍ୟାଣ୍ଡେଜ ଲଗାଇଥିବାର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ରଣବୀର ନିଜ ଷ୍ଟାଇଲ ଡ୍ରେସିଂ ସେନ୍ସ ପାଇଁ ଦେଶ ବିଦେଶରେ ଚର୍ଚ୍ଚିତ। ସେ ଖୁବସୀଘ୍ର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ବିବାହ ପରେ ସେ ପ୍ରଥମଥର ପତ୍ନୀ ଦୀପିକା ପାଦୁକୋନଙ୍କ ସହ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।