ଓଡିଶା

odisha

ETV Bharat / sitara

ହନିଙ୍କ ବିରୋଧରେ ରୁଜୁ ହେଲା ମାମଲା - police

'ମଖନା' ଗୀତ ଗାଇ ବିବାଦରେ ୟୋ ୟୋ ହନି ସିଂ । ପଞ୍ଜାବ ମହିଳା ଆୟୋଗ ଦ୍ବାରା ତାଙ୍କ ଉପରେ ଲାଗିଛି ଗୀତରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହନି ସିଂ

By

Published : Jul 10, 2019, 10:27 AM IST

ଚଣ୍ଡିଗଡ: ଫେମସ ରାପର ୟୋ ୟୋ ହନି ସିଂ ପୁଣି ବିବାଦ ଘେରରେ । ପଞ୍ଜାବ ପୋଲିସ ତାଙ୍କ ବିରୋଧରେ ଏକ ଅଭିଯୋଗ ରୁଜୁ କରିଛି । ତାଙ୍କର 'ମଖନା' ଗତ ବର୍ଷ ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । କିନ୍ତୁ ଏବେ ଏହି ଗୀତ ପାଇଁ ସମସ୍ୟାରେ ଫସୁଥିବାର ନଜର ଆସୁଛନ୍ତି ହନି । ପଞ୍ଜାବ ପୋଲିସ 'ମଖନା'ରେ ମହିଳାଙ୍କ ଉପରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଇଥିବାରୁ ହନି ଓ ନିର୍ମାତା ଭୂଷଣ କୁମାରଙ୍କ ଉପରେ ଏକ ମାମଲା ରୁଜୁ କରିଛି ।

ତାଙ୍କ ବିରୋଧରେ ମୋହାଲି ପୋଲିସ ଷ୍ଟେସନରେ ସୋମବାର ସନ୍ଧ୍ୟାରେ ଭାରତୀୟ ଦଣ୍ଡ ବିଧାନ ଧାରା 294 ଏବଂ 509 ମାମଲା ରୁଜୁ କରାଯାଇଛି ।

ବରିଷ୍ଠ ପୋଲିସ ଅଧିକାରୀ ହରଚରନ ଭୁଲ୍ଲର ମିଡିଆକୁ କହିଛନ୍ତି କି ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଦ୍ବାରା ଏକ ଅଭିଯୋଗ ପତ୍ର ମିଳିବା ପରେ ରାପର ହନିଙ୍କ ଉପରେ ମାମଲା ରୁଜୁ କରାଯାଇଛି । ମହିଳାଙ୍କ ଅଭିଯୋଗ ପତ୍ରରେ 'ମଖନା' ଗୀତର ଶବ୍ଦ ଉପରେ ନଜର ପକାଇବାକୁ କୁହାଯାଇଥିଲା ।

ଅନ୍ୟପଟେ ପଞ୍ଜାବ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ମନୀଷା ଗୁଲାଟି ଏହି ମାମଲାରେ କହିଥିଲେ କି ପୋଲିସ ମହାନିର୍ଦ୍ଦେଶକ ଗୀତର ଉପଯୋଗ କରିବା ପାଇଁ ଗାୟକଙ୍କ ବିରୋଧରେ ମାମଲ ରୁଜୁ କରିବାକୁ ଲେଖିଥିଲେ । ଗୀତରେ ଲିରିକ୍ସରେ "ମେଁ ହୁଂ ୱୁମେନାଇଜର ହେଂ।"

ସେ ଏକ ବିଜ୍ଞାପନରେ କହିଥିଲେ କି ଏହି ମାମଲାରେ ପୋଲିସ ଦ୍ବାରା କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ଆରମ୍ଭ କରାଯିବ କଥା । କାରଣ ଟି-ସିରିଜର ଚେୟାରମ୍ୟାନ ଭୂଷଣ କୁମାର, ଗାୟକ ହନି ଓ ଗାୟିକା ନେହା କକ୍କଡ ଗାଇଥିବା ଏହି ଗୀତରେ ଅଶ୍ଳୀଳ ଶବ୍ଦର ବ୍ୟବହାର କରାଯାଇଛି ।

ଖାଲି ଏତିକି ନୁହେଁ 'ମଖନା' ଗୀତଟିକୁ ବ୍ୟାନ କରିବା ଦାବି କରି ସେ ଆହୁରି କହିଥିଲେ କି ଏପରି ଗୀତ ସମାଜ ଉପରେ ଖରାପ ପ୍ରଭାବ ପକାଇବା ସହ ଅପମାନଜନକ ପ୍ରଭାବ ମଧ୍ୟ ପକାଉଛି ।

ଏହାସହ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ମଧ୍ୟ ପଞ୍ଜାବ ସରକାରଙ୍କୁ ହନିଙ୍କ ବିରୋଧରେ ଅଶ୍ଳୀଳ ଗୀତ ଗାଇବା ପାଇଁ ମାମଲା ରୁଜୁ କରିବାକୁ ଆଦେଶ ଦେଇଥିଲେ ।

ABOUT THE AUTHOR

...view details