ମୁମ୍ବାଇ: ନିର୍ମାତା ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ବ୍ୟାଣ୍ଡ ବୟ’କୁ ନେଇ ଚର୍ଚ୍ଚା । ଏଥିରେ ମ୍ୟୁଜିକର ଚଡକା ଲଗାଇବେ ଫେମସ ଗାୟକ ଓ ସଙ୍ଗୀତକାର ହିମେଶ ରେଶମିୟା । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ । ତାଙ୍କ ଉତ୍ସାହିତ ଆଉ ଏକ କାରଣ ହେଲା ଯେ ବି-ଟାଉନର ଡିସ୍କୋ ଡାନ୍ସର ମିଥୁନ ଚକ୍ରବର୍ତ୍ତୀ । କାରଣ ତାଙ୍କ ସାନ ପୁଅ ନାମଶି ଚକ୍ରବର୍ତ୍ତୀ ଓ ଅମରୀନ କୁରୈଶୀ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯ।ଉଛନ୍ତି ।
ଡିସ୍କୋ ଡାନ୍ସର ପୁଅଙ୍କ ପାଇଁ ଖାସ୍ କରିବାକୁ ଚାହୁଁଛନ୍ତି ହିମେଶ
ପୁଣି ବଲିଉଡରେ ଆଉ ଦୁଇ ନୂଆ ଚେହେରା ଦେଖିବାକୁ ଯାଉଛନ୍ତି ଦର୍ଶକ । ଏଥର ମିଥୁନଙ୍କ ସାନ ପୁଅ ବଲିଉଡରେ କରିବେ ଡେବ୍ୟୁ । ଯାହାକୁ ନେଇ ଉତ୍ସାହିତ ହିମେଶ ରେଶମିୟା ।
ନାମଶିଙ୍କ ପାଇଁ ହିମେଶ ଚାହୁଁଛନ୍ତି କିଛି ଏମିତି ମ୍ୟୁଜିକ ପ୍ରସ୍ତୁତ କରିବେ ଯାହା ତାଙ୍କ କ୍ୟାରିୟର ପାଇଁ ଭଲ ସାବ୍ୟସ୍ତ ହେବ । ବର୍ତ୍ତମାନ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଯେଉଁ ଅବସ୍ଥା ତାହା ଦେଖି ଲାଗୁନି ଯେ ତାଙ୍କ ପାଇଁ ଏହା ସହଜ ହେବ ବୋଲି । ସେ ଏମିତିମ୍ୟୁଜିକ ପ୍ରସ୍ତୁତ କରବି ଯେମିତି ନାମଶିଙ୍କୁ ପିତା ମିଥୁନଙ୍କ ଭଳି ପ୍ରଥମ ଫିଲ୍ମରୁ ଲୋକପ୍ରିୟତା ମିଳିବ ବୋଲି ଭାବିଛନ୍ତି ସେ ।
ଏହାକୁ ନେଇ ନିକଟରେ ହିମେଶ କହିଥିଲେ ଯେ ମିଥୁନ ଦା ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ନେଇ ସବୁବେଳେ ବଡ ଟ୍ରେଣ୍ଡ ସେଟର ରୂପେ ରହିଥିଲେ । ସେ ବହୁତ ଖୁସି ଅଛନ୍ତି ଯେ ତାଙ୍କ ପରମ୍ପାରକୁ ତାଙ୍କ ପୁଅ ନମାଶୀ ଆଗକୁ ବଢାଇବାକୁ ଯାଉଛନ୍ତି । ତାଙ୍କ ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବୟ’କୁ ସମସ୍ତେ ଅପେକ୍ଷା କରିଛନ୍ତି । ସେ ମଧ୍ୟ ଏହି ଫିଲ୍ମକୁ ନେଇ ଉତ୍ସାହିତ ।