ମୁମ୍ବାଇ: କିଛିଦିନ ପୂର୍ବରୁ ଅଭିନେତା ଭିକୀ କୌଶଲଙ୍କ ଫିଲ୍ମ 'ଉରି' ଓ ତାଙ୍କ ସଫଳ ପ୍ରେମ ଜୀବନକୁ ନେଇ ଚାଲିଥିଲା ବେଶ ଚର୍ଚ୍ଚା । ଭିକୀଙ୍କ ଅଭିନୀତ ଫିଲ୍ମ 'ଉରି' ବକ୍ସଅଫିସରେ ବେଶ କମାଲ କରିଥିବାବେଳେ ଫିଲ୍ମର ସକ୍ସେସ ପାର୍ଟିରେ ବି ନଜର ଆସିଥିଲେ ଭିକୀଙ୍କ ପ୍ରେମିକା ହରଲୀନ ସେଠୀ । କିନ୍ତୁ ଏବେ ଉଭୟଙ୍କୁ ନେଇ ଗୋଟିଏ ବଡ ଖବର ଖୁଲାସା ହୋଇଛି ।
ପ୍ରକାଶ ଥାଉକି, ଭିକୀ ଓ ହରଲୀନଙ୍କ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଆଉ ବ୍ରେକଅପର ପ୍ରମାଣ ଦେଇଛି ସୋସିଆଲ ମିଡିଆ । ଦିନଥିଲା ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମର ଇଜହାର କରୁଥିଲେ । କିନ୍ତୁ ଏବେ ଉଭୟ ଉଭୟଙ୍କୁ ସୋସିଆଲ ମିଡିଆରୁ କରିଛନ୍ତି ଅଲଫଲୋ । ଆଉ ଏହା ଦେଖି ଯାହା ଜଣାପଡୁଛି ଉଭୟଙ୍କ ମଧ୍ୟରେ କିଛି ଠିକ ନାହିଁ ।