ହାଇଦ୍ରାବାଦ: ରାଷ୍ଟ୍ରୀୟ ସେବା ସଂଗଠନ(RSS)ର ମୁଖ୍ୟ ମୋହନ ଭାଗବତ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ ସିଙ୍ଗର ତଥା ରାପର ହାର୍ଡକୌର । ସୋସିଆଲ ମିଡିଆରେ ନିଜ ଅଫିସିଆଲ ଆକାଉଣ୍ଟରୁ କରିଛନ୍ତି ପୋଷ୍ଟ । ତେବେ ଏଥିପାଇଁ ଟ୍ରୋଲର ଶିକାର ମଧ୍ୟ ହେଇଛନ୍ତି ହାର୍ଡକୌର ।
ହାର୍ଡକୌରଙ୍କ ଟାର୍ଗେଟରେ ଯୋଗୀ-ଆରଏସଏସ - RSS
ବଲିଉଡ ସିଙ୍ଗର ବା ରାପରଙ୍କ ସୋସିଆଲ ମିଡିଆ ହମଲା । ହମଲା କରିଛନ୍ତି RSS ଓ ଯୋଗୀ ଆଦିତ୍ୟନାଥଙ୍କ ଉପରେ । ଆତଙ୍କ ପାଇଁ RSS ଦାୟୀ ଓ ଯୋଗୀଙ୍କୁ ରେପିଷ୍ଟ କହିଛନ୍ତି ରାପର ।
ଡିଜାଇନ ଫଟୋ
RSSର ମୁଖ୍ୟଙ୍କ ନାମରେ ଆପତ୍ତିଜନକ ଟିପ୍ପଣୀ ଦେବା ସହ ତାଙ୍କୁ ଜାତିବାଦୀ ବୋଲି ଦର୍ଶାଇଛନ୍ତି ହାର୍ଡକୌର । ଦେଶରେ ଯାହା ବି ଆତଙ୍କୀ ଆକ୍ରମଣ ହେଉଛି, ସେସବୁ ପାଇଁ RSSକୁ ଦାୟୀ କରିଛନ୍ତି ଏହି ରାପର । 26/11 ଆକ୍ରମଣଠୁ ଆରମ୍ଭ କରି ପୁଲୱାମା ପର୍ଯ୍ୟନ୍ତ ସବୁଥିରେ RSSର ହାତ ରହିଛି ବୋଲି ସେ ନିଜ ପୋଷ୍ଟ ମାଧ୍ୟମରେ କହିଛନ୍ତି ।