ଓଡିଶା

odisha

‘ସ୍ବାଧୀନତା ଦିବସର ଶୁଭେଚ୍ଛା, ଓଡିଶାରେ ମୋ ୱେଲଡିଂ ୱାର୍କସପରେ ଉଡିଲା ତ୍ରିରଙ୍ଗା’

By

Published : Aug 15, 2020, 5:16 PM IST

Updated : Aug 15, 2020, 5:53 PM IST

ଓଡିଶାରେ ଥିବା ସୋନୁ ସୁଦଙ୍କ ୱେଲଡିଂ ଦୋକାନରେ ଉଡିଲା ତ୍ରିରଙ୍ଗା ! ଟ୍ବିଟ୍ କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଅଭିନେତା ସୋନୁ ସୁଦ ।

Happy Independence Day
‘ସ୍ବାଧୀନତା ଦିବସର ଶୁଭେଚ୍ଛା, ଓଡିଶାରେ ମୋ ୱେଲଡିଂ ୱାର୍କସପରେ ଉଡିଲା ତ୍ରିରଙ୍ଗା’

ଭୁବନେଶ୍ବର: ଓଡିଶାରେ ଥିବା ସୋନୁ ସୁଦଙ୍କ ୱେଲଡିଂ ଦୋକାନରେ ଉଡିଲା ତ୍ରିରଙ୍ଗା । ଟ୍ବିଟ କରି ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ଅଭିନେତା ସୋନୁ ସୁଦ । ବଲିଉଡ ଅଭିନେତା ସୋନୁ ସୁଦ ମହାମାରୀ ସମୟରେ ଅନେକ ପ୍ରବାସୀଙ୍କୁ ନିଜ ଘରକୁ ଫେରିବାକୁ ସାହାଯ୍ୟ କରିଥିଲେ । ଏସମସ୍ତ ମଧ୍ୟରେ ଥିଲେ ଓଡିଶାର କେନ୍ଦ୍ରପଡାର ପ୍ରବାସୀ ପ୍ରଶାନ୍ତ କୁମାର ପ୍ରଧାନ ।

‘ସ୍ବାଧୀନତା ଦିବସର ଶୁଭେଚ୍ଛା, ଓଡିଶାରେ ମୋ ୱେଲଡିଂ ୱାର୍କସପରେ ଉଡିଲା ତ୍ରିରଙ୍ଗା’

ତାଙ୍କୁ କେରଳରୁ ଫେରେଇ ଆଣିବା ପାଇଁ ସୋନୁ ସୁଦ ସହାୟତା କରିଥିଲେ । ମେ 29ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ କେରଳରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ପ୍ରଶାନ୍ତ ମଧ୍ୟ ଥିଲେ । ସେ କେରଳରେ ପାଇପ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଦିନକୁ 700 ଟଙ୍କା ରୋଜଗାର କରୁଥିଲେ ।

ଏହାପରେ ସେ ଓଡିଶା ଆସି ଏକ ୱେଲଡିଂ ଦୋକାନ ଖୋଲିଥିଲେ ଏହାର ନାଁ ସୋନୁ ସୁଦ ୱେଲଡିଂଦୋକାନ ଦେଇଥିଲେ । ଏହାପରେ ନିଜେ ସୋନୁସୁଦ ଟ୍ବିଟ କରି ତାଙ୍କୁ ଏହି ବ୍ରାଣ୍ଡ ଭଲ ଲାଗିଛି ବୋଲି କହିଥିଲେ ।

ସୋନୁ ସୁଦଙ୍କ ୱେଲଡିଂ ଦୋକାନରେ ଉଡିଲା ତ୍ରିରଙ୍ଗା !

ଆଜି 74 ତମ ସ୍ବାଧୀନତା ଦିବସ ଅବସରରେ ପ୍ରଶାନ୍ତ ନିଜ ଦୋକାନ ସାମ୍ନାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଏହି ଭିଡିଓକୁ ଅଭିନେତା ଟ୍ବିଟ କରି ସ୍ବାଧିନତା ଦିବସର ଶୁଭକାମନା ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 15, 2020, 5:53 PM IST

ABOUT THE AUTHOR

...view details