ହାଇଦ୍ରାବାଦ: ନବେ ଦଶକର ଚର୍ଚ୍ଚିତ ଚେହେରା ସୁନୀଲ ସେଟ୍ଟୀ । ‘ଧଡକନ୍’ର ସେଇ ନେଗେଟିଭ ଚରିତ୍ରର ଦମଦାର ଡାଏଲଗ ସମସ୍ତଙ୍କର ମନେ ଥିବ । ‘ମୋହରା’,‘କ୍ରୋଧ’,‘ବର୍ଡର’, ‘ଗୋପିକିଶନ’,‘ବିନାଶକ’ ଭଳି ସୁପରହିଟ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ସେ । ତେବେ 58 ବର୍ଷୀୟ ଏହି କଳାକାର ନିଜ ଜନ୍ମଦିନ ପାଳୁଛନ୍ତି ।
ସୁନୀଲ ସେଟ୍ଟୀ @58 - ଧଡକନ୍
58 ବର୍ଷରେ ପାଦ ଦେଇଛନ୍ତି ଅଭିନେତା ସୁନୀଲ ସେଟ୍ଟୀ । ‘ଧଡକନ୍’ର ନେଗେଟିଭ ଚରିତ୍ର ପାଇଁ ପାଇଥିଲେ ଫିଲ୍ମଫେୟାର ଆୱାର୍ଡ ।
11 ଅଗଷ୍ଟ 1961 ମସିହାରେ କର୍ଣ୍ଣାଟକରେ ଜନ୍ମ ନେଇଥିଲେ ସୁନୀଲ । ଜଣେ ଅଭିନେତା ସହ ଭଲ ବ୍ୟବସାୟୀ ମଧ୍ୟ । ଦୁଇ ପୁଅ ଝିଅ ଅହାନ ସେଟ୍ଟୀ ଓ ଆଥିୟା ସେଟ୍ଟୀ ଓ ସ୍ତ୍ରୀ ମାନା ସେଟ୍ଟୀଙ୍କ ନାମରେ ଏନଜିଓ ମଧ୍ୟ ଚଲାନ୍ତି । ଅଭିନେତା, ନିର୍ମାତା, ଟେଲିଭିଜନ ଉପସ୍ଥାପକ ସହ କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ସେ । ପ୍ରାୟ 110ରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି ସୁନୀଲ ।
ଫିଲ୍ମରେ ପ୍ରଥମେ ଆକ୍ସନ ହିରୋ ରୂପରେ ନଜର ଆସିଥିଲେ । ବଲିଉଡ ଫିଲ୍ମ ସହ ହଲିଉଡ ଫିଲ୍ମ ‘Dont stop dreaming’ରେ ମଧ୍ୟ ସେ କାମ କରିଛନ୍ତି । 2001ରେ ‘ଧଡକନ୍’ ଫିଲ୍ମ ପାଇଁ ଶ୍ରେଷ୍ଠ ଭିଲିଏନର ଫିଲ୍ମଫେୟାର ଆୱାର୍ଡ ପାଇଥିଲେ । ଫଟୋସୁଟ କରିବା ପରେ 1993 ମସିହାରେ ସୁନୀଲଙ୍କୁ ତାଙ୍କ ପ୍ରଥମ ଫିଲ୍ମ ‘ବଲବାନ’ ମିଳିଥିଲା । ବର୍ତ୍ତମାନ ଝିଅ ଆଥିୟା ସେଟ୍ଟୀଙ୍କୁ ବଲିଉଡ ବ୍ରେକ ମିଳିସାରିଲାଣି ଓ ସୁନୀଲ ନିଜେ ମଧ୍ୟ ଖୁବ ଶୀଘ୍ର କନ୍ନଡ ଫିଲ୍ମ ‘ପେହେଲବାନ’ରେ ନଜର ଆସିବେ ।