ଓଡିଶା

odisha

ETV Bharat / sitara

ଫ୍ୟାନ୍ସଙ୍କୁ ଭେଟିବା ପାଇଁ ସୋନୁଙ୍କ ମଜାଦାର ସର୍ତ୍ତ

ଚର୍ଚ୍ଚାରେ ସୋନୁ । ଫ୍ୟାନ୍ସଙ୍କୁ ସାକ୍ଷାତ କରିବା ପାଇଁ ଏମିତି ସର୍ତ୍ତ ରଖିଛନ୍ତି ସେ, ଯାହା ଶୁଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଡ

By

Published : Oct 16, 2020, 5:47 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ କୋରୋନା କାଳରେ ଦେଶବାସୀଙ୍କ ସେବା କ୍ରମାଗତ ଭାବେ କରିଆସୁଛନ୍ତି । ସେ ବର୍ତ୍ତମାନ ସମସ୍ତଙ୍କ ଭଗବାନ ସାଜିଛନ୍ତି । ସେ ଲୋକଙ୍କ ଦୁଃଖଭରା କାହାଣୀ ସୋସିଆଲ ମିଡିଆରେ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢାଉଛନ୍ତି । ଯାହା ପାଇଁ ତାଙ୍କର ପ୍ରଶଂସା ସବୁ ମହଲରେ । ସେପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ସହ ଦେଖା କରିବାକୁ ସୋସିଆଲ ମିଡିଆରେ ଅନୁରୋଧ କରୁଛନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

କଥାଟି ହେଲା ଯେ ଜଣେ ଫ୍ୟାନ ତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ଉପରେ ମଜାଦାର କମେଣ୍ଟ ଦେଇ ସର୍ତ୍ତ ରଖିଛନ୍ତି ସୋନୁ ।

ଫ୍ୟାନ ଜଣଙ୍କ ଟ୍ବିଟ କରି ଲେଖିଛନ୍ତି, ‘ସୋନୁ ସାର୍‌ ମୁଁ ଆପଣଙ୍କ ବଡ ଫ୍ୟାନ। ହେଲେ ମୋର ସାକ୍ଷାତ ଆପଣଙ୍କ ସହ ହୋଇପାରିବ ନାହିଁ । ହୁଏତଃ ମୁଁ କେବେ ମଧ୍ୟ ଆପଣଙ୍କୁ ଭେଟିପାରିବି ନାହିଁ । ଦୟା କରି ଆପଣ ଥରେ କହି ଦିଅନ୍ତୁ ଆମର ସାକ୍ଷାତ ହେବ ବୋଲି।’

ଏହାର ଜବାବରେ ସୋନୁ ଲେଖିଛନ୍ତି, ‘ସାକ୍ଷାତ ନିହାତି କରିବି ଯଦି ତୁମେ ପିଉଥିବା ଲେମ୍ବୁ ପାଣି ମୋ ପାଇଁ ଆଣିକି ଆସିବ ।’ ତାଙ୍କ ଏପରି ରିପ୍ଲାଇରେ ଫ୍ୟାନ୍ସ ମଜାଦାର କମେଣ୍ଟ ଦେଖିବାରେ ଲାଗିଛନ୍ତି।

ABOUT THE AUTHOR

...view details