ଓଡିଶା

odisha

ETV Bharat / sitara

ଗୋଦରେଜ ହାତରେ କପୁରଙ୍କ ଆରକେ ଷ୍ଟୁଡିଓ

ଗୋଦରେଜ କିଣିଲା ଐତିହାସିକ ଆରକେ ଷ୍ଟୁଡିଓ । ଏହି ଜମିରେ ଗୋଦରେଜ ତିଆରି କରିବ ମହଙ୍ଗା ଫ୍ଲାଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଆରକେ ଷ୍ଟୁଡିଓ

By

Published : May 3, 2019, 7:54 PM IST

ମୁମ୍ବାଇ: କପୁର ଖାନଦାନର ଐତିହାସିକ ଆରକେ ଷ୍ଟୁଡିଓର ହିନ୍ଦୀ ସିନେମା ଜଗତରେ ବଡ ଯୋଗଦାନ ରହିଥିଲା । କପୁର ପରିବାରର ଏହି ସମ୍ପତ୍ତି ଏବେ ବିକ୍ରି ହୋଇସାରିଛି । ଜଣାଇ ଦେଉଛୁ ଯେ 2017ରେ ଆରକେ ଷ୍ଟୁଡିଓରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ଷ୍ଟୁଡିଓର ଏକ ବଡ ଭାଗ ନଷ୍ଟ ହୋଇଯିବାରୁ କପୁର ପରିବାର ଏହାକୁ ବିକ୍ରି କରିବାର ନିଷ୍ପତ୍ତି ନେଇଥିଲେ । ପୂର୍ବ ଗୋଟିଏ ବର୍ଷରୁ ଏହାକୁ ବିକ୍ରି କରିବା ପାଇଁ କପରୁ ପରିବାର ସେହି ଗ୍ରାହକକୁ ଖୋଜିବାରେ ଲାଗିଯାଇଥିଲେ, ଯିଏ ଷ୍ଟୁଡିଓର ପର୍ଯ୍ୟାପ୍ତ ରାଶି ଦେଇପାରିବେ । ଏବେ ଏହାକୁ ଗୋଦରେଜ ପ୍ରପର୍ଟିଜ କିଣି ନେଇଛି ।

ଗୋଦରେଜ କମ୍ପାନୀ ଏହାକୁ କିଣିବାର ସୂଚନା ଦେଇ କହିଥିଲା କି ଷ୍ଟୁଡିଓର 33000 sq ଫୁଟ ଜମିରେ ଲଗଜରି ଫ୍ଲାଟ ତିଆରି କରାଯିବ । କମ୍ପାନୀର ଚେୟାରମ୍ୟାନ ଫିରୋଜ ଶାହ ଗୋଦରେଜ କହିଛନ୍ତି କି ଚେମ୍ବୁରର ଏହି ଐତିହାସିକ ଷ୍ଟୁଡିଓକୁ କମ୍ପାନୀ ନିଜ ପୋର୍ଟଫୋଲିୟୋରେ ସାମିଲ କରିଛି ।

ଏହି ଷ୍ଟୁଡିଓର ବିକ୍ରି ପ୍ରକ୍ରିୟା 6 ମାସ ପୂର୍ବରୁ ହୋଇସାରିଥିଲା ବୋଲି ମିଡିଆକୁ ଏକ ସାକ୍ଷାତକାରରେ କହିଥିଲେ ଅଭିନେତା ରଣଧୀର କପୁର । କିନ୍ତୁ କେତେ ଟଙ୍କାରେ ଏହା ବିକ୍ରି ହୋଇଛି ତାହାନେଇ ସ୍ପଷ୍ଟ କରିନଥିଲେ ରଣଧୀର ।

ପ୍ରକାଶ ଥାଉକି ନିର୍ଦ୍ଦେଶକ, ଅଭିନେତା ରାଜ କପରୁ 1948ରେ ଆରକେ ଷ୍ଟୁଡିଓ ନିର୍ମାଣ କରିଥିଲେ । ସେ ଏହି ଷ୍ଟୁଡିଓରେ ଅନେକ ସୁପରହିଟ୍ ଫିଲ୍ମର ମଧ୍ୟ ନିର୍ମାଣ କରିଥିଲେ । ଅନ୍ୟପଟେ କପୁର ପରିବାର ଶେଷଥର ଗଣେଷ ଚତୁର୍ଥୀ ଉତ୍ସବ ଏହି ଷ୍ଟୁଡିଓରେ ଗତ ବର୍ଷ ପାଳନ କରିଥିବାର ନଜର ଆସିଥିଲେ ।

ABOUT THE AUTHOR

...view details