ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅରବାଜ ଖାନ କିଛିଦିନ ହେବ ନିଜ ରିଲେସନକୁ ନେଇ କାଫି ଚର୍ଚ୍ଚାରେ ଅଛନ୍ତି । ମଲାଇକା ଅରୋରା ଓ ଅରବାଜଙ୍କ ଛାଡପତ୍ର ପରେ ଅରବାଜଙ୍କ ନାଁ ବର୍ତ୍ତମାନ ଜୋର୍ଜିୟା ଏଣ୍ଡ୍ରିଆନୀଙ୍କ ସହ ଯୋଡା ଯାଉଛି । ଖୁବ ଶୀଘ୍ର ଦୁହେଁ ବିବାହ କରିପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା ।
ଆଜି (ଶୁକ୍ରବାର ଦିନ) ଜର୍ଜିଆ ତାଙ୍କ ଜନ୍ମଦିନ ଅରବାଜ ଏବଂ କିଛି ଘନିଷ୍ଠ ବନ୍ଧୁମାନଙ୍କ ସହିତ ସେଲିବ୍ରେଟ କରିଛନ୍ତି । ଯାହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସେୟାର କରିଛନ୍ତି ।