ହାଇଦ୍ରାବାଦ: ସଂଜୟ ଲୀଲା ଭନସାଲୀଙ୍କ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆଓ୍ବାଡି' ରବିବାର ବକ୍ସ ଅଫିସରେ ଧମାଲ ମଚାଇଛି । ଏହି ଚଳଚ୍ଚିତ୍ରଟି ଶନିବାର 13.32 କୋଟି ଟଙ୍କା ଆୟ କରିଥିବାବେଳେ ରବିବାର ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 15.3 କୋଟି ଟଙ୍କା ବ୍ୟବସାୟ କରିଛି । ଏହିପରି, ଫିଲ୍ମ ପ୍ରଥମ ସପ୍ତାହ ଶେଷରେ 39.12 କୋଟି ଟଙ୍କା ବ୍ୟବସାୟ କରିଛି । ରବିବାର ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଫିଲ୍ମର ରୋଜଗାରର ସବୁଠାରୁ ଅଧିକ ଦେଖିବାକୁ ମିଳିଥିଲା । ଏହି ରାଜ୍ୟଗୁଡିକରେ ଚଳଚ୍ଚିତ୍ର ବ୍ୟବସାୟରେ 40-50 ପ୍ରତିଶତ ବୃଦ୍ଧି ଘଟିଛି ।
ଓପନିଂ ଡେରେ ଚଳଚ୍ଚିତ୍ରଟି 10.5 କୋଟି ଟଙ୍କା ବ୍ୟବସାୟ କରିଥିଲା । ମହାରାଷ୍ଟ୍ର ସମେତ ଦିଲ୍ଲୀ-ଏନସିଆର ଭଳି ଦେଶର ବଡ ସହରରେ ରବିବାର ଏହି ଚଳଚ୍ଚିତ୍ରର ରୋଜଗାରରେ ପ୍ରାୟ 20 ପ୍ରତିଶତ ବୃଦ୍ଧି ଘଟିଛି। ଦକ୍ଷିଣରେ ଅଜିତଙ୍କ 'valimai' ଏବଂ ପୱନ କଲ୍ୟାଣ-ରାଣା ଦଗ୍ଗୁବତୀଙ୍କ ଫିଲ୍ମ 'Bheemla Nayak' ଯେଉଁଠାରେ 'ଗଙ୍ଗୁବାଇ କାଠିଆୱାଡି' କୁ ଏକ କଡା ଟକ୍କର ମିଳିଛି। ଏହା ସତ୍ତ୍ବେ ନିଜାମ ଏବଂ ଆନ୍ଧ୍ର ସର୍କିଟରେ ଏହି ଚଳଚ୍ଚିତ୍ର 2.70 କୋଟି ଟଙ୍କା ଆୟ କରିଥିଲା ।