ଓଡିଶା

odisha

ETV Bharat / sitara

‘ସାହୋ’: ‘କପି କରୁଛ ଯଦି ଭଲରେ କର’

ଫ୍ରେଞ୍ଚ ଫିଲ୍ମରୁ କପି ହୋଇଛି ‘ସାହୋ’ । ‘ଲାର୍ଗୋ ୱିଞ୍ଚ’ରୁ କରାଯାଇଛି ଫିଲ୍ମ । ପ୍ରଥମେ ପୋଷ୍ଟରକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା ।

By

Published : Sep 3, 2019, 11:23 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଫ୍ରେଞ୍ଚ ଥ୍ରୀଲର ଫିଲ୍ମ ‘ଲାର୍ଗୋ ୱିଞ୍ଚ’ରୁ ଫିଲ୍ମ ‘ସାହୋ’କୁ କପି କରାଯାଇଛି । ଅନେକ ଫ୍ୟାନ ‘ଲାର୍ଗୋ ୱିଞ୍ଚ’ ନିର୍ଦ୍ଦେଶକଙ୍କ ଟ୍ବିଟ କରି ଫିଲ୍ମରେ ଅନେକ ସମାନତା ଥିବା ଦର୍ଶାଇଥିଲେ । 2008ରେ ଫ୍ରେଞ୍ଚ ଫିଲ୍ମକୁ ରିଲିଜ କରାଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଫ୍ରେଞ୍ଚ ନିର୍ଦ୍ଦେଶକ ଜେରୋମ ସାଲେ ଫିଲ୍ମକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଫିଲ୍ମଟିକୁ କପି କରୁଛ ତେବେ ଭଲରେ କର ବୋଲି କହିଛନ୍ତି ନିର୍ଦ୍ଦେଶକ । ପ୍ରକୃତ ସିରିଜ ଅପେକ୍ଷା ଏହା ସମ୍ପୂର୍ଣ୍ଣ ଖରାପ ହୋଇଛି ବୋଲି ମଧ୍ୟ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ତେଲୁଗୁ ଫିଲ୍ମ ନିର୍ମାତାମାନେ, ସାଲେଙ୍କର ଫିଲ୍ମ ଚୋରାଇଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ । ପୂର୍ବରୁ‘ସାହୋ’ର ପୋଷ୍ଟରକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା ।

ABOUT THE AUTHOR

...view details