ହାଇଦ୍ରାବାଦ: ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ବାଟଲାହାଉସ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଜନ୍ ଆବ୍ରାହମଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଭୁମିକାରେ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଟ୍ରେଲର ରିଲିଜ ପରେ ଦିଲ୍ଲୀର ପୂର୍ବ ପୋଲିସ କମିସନର ନିଜ ମତ ରଖିଛନ୍ତି ।
‘ବାଟଲାହାଉସ’ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ଦିଲ୍ଲୀ ପୋଲିସ କମିସନର
ରିଲିଜ ହେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ବାଟଲାହାଉସ’ । ଫିଲ୍ମର ଟ୍ରେଲର ରିଲିଜ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀର ପୂର୍ବତନ ପୋଲିସ କମିସନର ।
ପୂର୍ବ କମିସନର ନିରଜ କୁମାରଙ୍କ କହିବା କଥା ଏନକାଉଣ୍ଟର ସମ୍ପୁର୍ଣ୍ଣ ମିଥ୍ୟା ନଥିଲା । ତେଣୁ ଆଶା କରାଯାଉଛି ଫିଲ୍ମରେ କାହାଣୀର ସତ୍ୟତା ଯେପରି ଦେଖିବାକୁ ମିଳିବ । କାରଣ ଏହା ଏକ ସମ୍ବେଦନଶୀଳ ଘଟଣା । ପ୍ରକଶ ଥାଉ କି, ନିରଜ ଏହି ଏନକାଉଣ୍ଟରରେ ଦ୍ବିତୀୟ ସ୍ଥାନରେ ଥିଲେ । ଏନକାଉଣ୍ଟର ସମୟରେ ନିରଜ ଦିଲ୍ଲୀର ସ୍ପେଶାଲ କମିଶନର ଥିଲେ ।
ବାଟଲାହାଉସରେ ଜନ୍ ଡିସିପି ସଞ୍ଜୀବ କୁମାରଙ୍କ ଚରିତ୍ରରେ ନଜର ଆସିବେ। ଏହି ଏନକାଉଣ୍ଟର ପରେ ଅନେକ ପୋଲିସଙ୍କୁ ଦୋଷୀ ବୋଲି ଗ୍ରହଣ କରିଥିଲେ ଓ ନିର୍ଦ୍ଦୋଶ ଛାତ୍ରଙ୍କୁ ହତ୍ୟା କରି ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି ବୋଲି ଅଭିଯୋଗ ହୋଇଥିଲା ।