ଓଡିଶା

odisha

ETV Bharat / sitara

ଟାର୍ଗେଟରେ ହ୍ରିତିକ

ଏଥର କଙ୍ଗନାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ହ୍ରିତିକ । କିନ୍ତୁ ହ୍ରିତିକଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ।

By

Published : Jul 9, 2019, 12:31 PM IST

Updated : Jul 9, 2019, 3:49 PM IST

ଡିଜାଇନ ଫଟୋ

ମୁମ୍ବାଇ: ପପୁଲାର ଷ୍ଟାର ହ୍ରିତିକ ରୋଶନ ଓ କଙ୍ଗନା ରଣାୱତଙ୍କ ବିବାଦ ଥମିବାର ନାଁ ନେଉନାହିଁ । ଯେଉଁଠାରେ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ଦୀର୍ଘ ସମୟରୁ ହ୍ରିତିକଙ୍କୁ ଟାର୍ଗେଟ କରିଆସୁଛନ୍ତି, ସେହିଠାରେ ହ୍ରିତିକ ମଧ୍ୟ କଙ୍ଗନାଙ୍କୁ ନେଇ ନିଜର ମୌନ ବ୍ରତ ଭାଙ୍ଗିଛନ୍ତି । ଏବେ ପୁଣି ତେଜିଛି ଦୁଇଜଣଙ୍କ ପୁରୁଣା ବିବାଦ ।

ଦୁଇଜଣ ଆଜିକାଲି ନିଜ ନିଜ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କଙ୍ଗନା ନିକଟରେ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଫିଲ୍ମର ପ୍ରମୋଶନରେ ଜଣେ ରିପୋର୍ଟରଙ୍କୁ ଗାଳି କରି ଚର୍ଚ୍ଚାରେ ଆସିଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

ଏବେ ହ୍ରିତିକ ତାଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଆସିଛନ୍ତି । ଫିଲ୍ମ 'ସୁପର-30'ର ପ୍ରମୋଶନ କରିବାକୁ ପହଞ୍ଚିଥିବା ହ୍ରିତିକଙ୍କୁ ଯେତେବେଳେ ମିଡିଆ ପ୍ରଶ୍ନ କରିଥିଲା କି କଙ୍ଗନା ବଲିଉଡର ଅନେକ କଳାକାରଙ୍କୁ ନେଇ ଅପମାନ କରୁଛନ୍ତି । କିନ୍ତୁ ଆପଣ କେବେ ମଧ୍ୟ ତାଙ୍କ କଥାରେ ଜବାବ ଦେଇନାହାଁନ୍ତି । ନିଜକୁ କମେଣ୍ଟ କରିବାରେ କିପରି ରୋକୁଛନ୍ତି ।

ଏହାର ଜବାବରେ ହ୍ରିତିକ କହିଥିଲେ କି ଏବେ ସେ ବୁଝିସାରିଛନ୍ତି ଯେ ବଦମାସଙ୍କ ସାମ୍ନାରେ ଶାନ୍ତିରେ କାମ କରିବା ନିହାତି ଆବଶ୍ୟକ । ଏହା ଆମ ସମାଜରେ ନିର୍ଭର କରୁଛନ୍ତି କି ଏହାକୁ କିପରି ଦେଖିବା । ଯଦି ପଛ ଘୁଞ୍ଚା ଦିଆହେଉଛି, ତେବେ ଦୁର୍ବଳ କୁହାଯାଇଛି । ତେଣୁ ସେ ବର୍ତ୍ତମାନ ଏହା ଶିଖି ନେଇଛନ୍ତି କି ଏପରି ବଦମାସ ଲୋକଙ୍କ ସହ କିପରି ଡିଲ କରିବେ । ଆଉ ସେ ଏପରି ବ୍ୟକ୍ତିଙ୍କୁ ମଧ୍ୟ ଘୃଣା କରୁଛନ୍ତି ଯିଏ କିଛି ନ ଜାଣି ଅନ୍ୟଙ୍କ ମାମଲାରେ ସାମ୍ନାକୁ ଆସୁଛନ୍ତି ।

ଅନ୍ୟପଟେ ହ୍ରିତିକଙ୍କ ଏପରି ବୟାନରେ ପ୍ରତିକ୍ରିୟା ରଖିଛନ୍ତି ରଙ୍ଗୋଲୀ । ଟ୍ବିଟରରେ ଟ୍ବିଟ କରି ପୁଣି ହ୍ରିତିକଙ୍କୁ କଡା ଜବାବ ଦେଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, "ଦେଖନ୍ତୁ, ଅଙ୍କଲ ପୁଣି ଆରମ୍ଭ ହୋଇଗଲେ । ଆରେ ଭାଇ ଆଗକୁ ବଢ,କିଛି କିଛି ଦିନରେ ଅପମାନିତ ହେବା ଡୋଜର ଅଭ୍ୟାସ ଲାଗିଯାଇଛି କି । ତୁମ ପାଇଁ ଏବେ ମୁଁ ପାଖରେ ଆଉ କୌଣସି ଡୋଜ ନାହିଁ । ଚାଲ ଫୁଟ ୟାହାଂ ସେ ।"

Last Updated : Jul 9, 2019, 3:49 PM IST

ABOUT THE AUTHOR

...view details