ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଫିଲ୍ମ 'ଖାନଦାନୀ ସଫାଖାନା'ରେ ନଜର ଆସିବେ । ଯାହାର ଦୁଇଟି ପୋଷ୍ଟର ରିଲିଜ ହୋଇଯାଇଛି । ଫ୍ୟାନ୍ସଙ୍କ ପାଇଁ ସୋନାକ୍ଷୀ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଅନ୍ୟପଟେ ଏହି ଫିଲ୍ମରେ ରାପର ବାଦଶାହ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।
ପୋଷ୍ଟର ସେୟାର କରି ସୋନାକ୍ଷୀ ଲେଖିଛନ୍ତି, "ମୁଁ ଯେତେ କହିବି ଲୋକଙ୍କୁ ସେତେ ଲଜ୍ୟା ଲାଗିବ ।" ଫିଲ୍ମର ଟ୍ରେଲର ଆସନ୍ତା କାଲି ରିଲିଜ କରାଯିବ ।