ଓଡିଶା

odisha

ETV Bharat / sitara

ଆସିଲା ତାମିଲ 'ପିଙ୍କ'ର ପ୍ରଥମ ପୋଷ୍ଟର

ଜାରି ହେଲା ତାମିଲ ଫିଲ୍ମ 'ପିଙ୍କ'ର ପ୍ରଥମ ପୋଷ୍ଟର । ହିନ୍ଦୀ ରିମେକ ଫିଲ୍ମ 'ପିଙ୍କ'ର ଏହା ତାମିଲ ଭର୍ସନ । ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର ।

By

Published : Mar 6, 2019, 5:13 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/'ଟ୍ବିଟର

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ 'ପିଙ୍କ'ର ତାମିଲ ରିମେକର ନାମ 'ନେରକୋଣ୍ଡା ପାରୱାଇ' ରଖାଯାଇଛି । ନିର୍ମାତା ଶିବରାତ୍ରୀ ଅବସରରେ ସୋମବାର ଏହାର ଘୋଷଣା କରିଥିଲେ । ଖାଲି ଏତିକି ନୁହେଁ, ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ଜାରି ହୋଇଯାଇଛି ।

ଏଚ ବିନୋଦ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମରେ ବି-ଟାଉନ ଡର୍ଟି ଗର୍ଲ ବିଦ୍ୟା ବାଲନ ମଧ୍ୟ ନଜର ଆସିବେ । ଏହାସହ ଫିଲ୍ମରେ ମହତ ରାଘବେନ୍ଦ୍ର, ଅଜିତ କୁମାର, ଶ୍ରଦ୍ଧା ଶ୍ରୀନାଥ, ଏଣ୍ଡ୍ରିୟା ତାରିୟାଙ୍ଗ ଏବଂ ଅଭିରାମୀ ଭେଙ୍କଟଚଲାମ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ହିନ୍ଦୀ 'ପିଙ୍କ' ଫିଲ୍ମକୁ ବୋନି କପୁର ପ୍ରଯୋଜିତ କରିଥିଲେ । ତାମିଲ 'ପିଙ୍କ'ର ପ୍ରଯୋଜନା ଦାୟିତ୍ବ ମଧ୍ୟ ବୋନି ନେଇଛନ୍ତି ।

ସେ ଏକ ସାକ୍ଷାତକାରରେ କହିଥିଲେ କି ତାମିଲ ଇଣ୍ଡଷ୍ଟ୍ରି ସବୁବେଳେ ତାଙ୍କ ପାଇଁ ଖାସ୍ ରହିଆସୁଛି । ବାସ୍ତବରେ ଅଭିନେତା ଅଜିତଙ୍କ ସହ କୌଣସି ଫିଲ୍ମରେ କାମ କରିବାରେ ଦୀର୍ଘ ସମୟ ଲାଗିଛି । ସେ ଦୁଇଜଣ ଫିଲ୍ମ ପାଇଁ ଉପଯୁକ୍ତ ସାମଗ୍ରୀ ଚାହୁଁଥିଲେ । ଯାହାଦ୍ବାରା ତାଙ୍କ ଫିଲ୍ମ କାର୍ଯ୍ୟରେ ଫାଇଦାର କାମ କରିବ । 'ପିଙ୍କ' ଫିଲ୍ମ ରିମେକରେ ଏକାଠି କାମ କରି ଦୁଇଜଣ ଖୁବ୍ ଖୁସି ଅଛନ୍ତି ।

For All Latest Updates

ABOUT THE AUTHOR

...view details