ଓଡିଶା

odisha

By

Published : Jun 23, 2021, 1:49 PM IST

ETV Bharat / sitara

ହଲିଉଡ ଫିଲ୍ମ ‘Kill Bill: Volume 1’ର ହିନ୍ଦୀ ରିମେକ ଆଣିବେ ଅନୁରାଗ

ସାମ୍ନାକୁ ଆସିଲା ବଡ ଖବର । ଆଉ ଏକ ଆକ୍ସନ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଅନୁରାଗ କଶ୍ୟପ । ଅଧିକ ପଢନ୍ତୁ...

ହଲିଉଡର ଫିଲ୍ମ ‘Kill Bill: Volume 1’ର ହିନ୍ଦୀ ରିମେକ
ହଲିଉଡର ଫିଲ୍ମ ‘Kill Bill: Volume 1’ର ହିନ୍ଦୀ ରିମେକ

ମୁମ୍ବାଇ: ବଲିଉଡର ଫେମସ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ନେଇ ନୂଆ ଖବର । ନିକଟରେ ନିଜ ଆଗାମୀ ଫିଲ୍ମ ‘ଦୋବାରା’ର ସୁଟିଂ ଶେଷ କରିଥିଲେ ସେ । ଏହି ଫିଲ୍ମ ବ୍ୟତୀତ ସେ ଆଉ ଫିଲ୍ମ ନିର୍ମାମ କରିବାକୁ ଯାଉଛନ୍ତି । ଏଥର ସେ ହଲିଉଡ ଫିଲ୍ମ ‘Kill Bill: Volume 1’ର ହିନ୍ଦୀ ରିମେକ ନିର୍ମାଣ କରିବେ । ଯାହାର ନିର୍ଦ୍ଦେଶନା କରିଥିଲେ ହଲିଉଡ ନିର୍ଦ୍ଦେଶକ କ୍ବେଣ୍ଟିନ୍ ଟାରାଣ୍ଟିନୋ ।

ରିପୋର୍ଟ ଅନୁଯାୟୀ ଅନୁରାଗ ବର୍ତ୍ତମାନ ଏହାର ଦେଶୀ ଭର୍ସନ ଆଣିବାକୁ ଯୋଜନା କରୁଛନ୍ତି । ସେହିପରି ‘Kill Bill: Volume 1’ର ହିନ୍ଦୀ ସଂସ୍କରଣ ପାଇଁ ନିର୍ମାତା କ୍ରିତି ସାନନଙ୍କୁ ବାଛିଛନ୍ତି । ଯିଏ ଆକ୍ସନ ଷ୍ଟାର ଟାଇଗର ଶ୍ରଫଙ୍କ ସହ ‘ଗଣପତ’ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି ।

ଏହା ବ୍ୟତୀତ ଅନୁରାଗ ନିଜ ଆଗାମୀ ଫିଲ୍ମ ‘ଦୋବାରା’କୁ ନେଇ କିଛି ଦିନରୁ ଚର୍ଚ୍ଚାରେ। ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ତାପସୀ ପନ୍ନୁ । ସେହିପରି ଏକତା କପୁରଙ୍କ ବାଲାଜି ଟେଲିଫିଲ୍ମସ ବ୍ୟାନରରେ ନିର୍ମାଣ ହୋଇଛି ଏହି ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details