ମୁମ୍ବାଇ: କୋରୋନା ମହାମାରୀରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଟୀକାକରଣ ବ୍ୟବସ୍ଥା କରିଛନ୍ତି ସରକାର । ବର୍ତ୍ତମାନ ଦେଶରେ ଟୀକାକରଣ ତୃତୀୟ ପର୍ଯ୍ୟାୟ ଚାଲିଛି । ଏହି କ୍ରମରେ ସମସ୍ତେ ଟିକା ନେଇ ଅନ୍ୟଙ୍କୁ ଟିକା ନେବାକୁ ଉତ୍ସାହିତ କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ନୂଆ ଅଭିଯାନ ଆରମ୍ଭ କରି ଚର୍ଚ୍ଚାରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ।
ନିର୍ମାତା ଆଦିତ୍ୟଙ୍କ ଟୀକାକରଣ ଅଭିଯାନ ଆରମ୍ଭ, 4 ହଜାର କର୍ମଚାରୀ ନେବେ ଟିକା - ୟଶରାଜ ଫିଲ୍ମସ ନ୍ୟୁଜ
ଆରମ୍ଭ ହେଲା ଆଦିତ୍ୟଙ୍କ ଟୀକାକରଣ ପ୍ରକ୍ରିୟା । ଫିଲ୍ମ ଇଣ୍ଡଷ୍ଟ୍ରି କର୍ମଚାରୀ ମାଗଣାରେ ନେଉଛନ୍ତି ଟିକା । ଅଧିକ ପଢନ୍ତୁ...
କଥାଟି ହେଲା ଯେ ବର୍ତ୍ତମାନ ୟଶରାଜ ଫିଲ୍ମସ (YRF) ଷ୍ଟୁଡିଓ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କ ପାଇଁ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ କରିଛି, ଯାହା ପ୍ରଥମ ପର୍ଯ୍ୟାୟରେ ପ୍ରାୟ 4 ହଜାର କର୍ମଚାରୀଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛି । ନିର୍ମାତା ଆଦିତ୍ୟଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ଅଭିଯାନ ବଲିଉଡରେ ଦିନିକିଆ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବ।କୁ ସୁବିଧା ଯୋଗାଇବ ।
ଏହି ଅଭିଯାନ ବିଷୟରେ ଆଲୋଚନା କରି ୟଶରାଜ ଫିଲ୍ମସର ବରିଷ୍ଠ ଅଧ୍ୟୟ ଅକ୍ଷୟ ବିଦାନୀ କୁହିଛନ୍ତି, ‘ୱାଇଆରଏସର ସମସ୍ତ କର୍ମଚାରୀଙ୍କୁ ଟୀକାକରଣ କରିବା ପରେ ଆମେ ଆମର ଫିଲ୍ମର କ୍ରୁ ସଦସ୍ୟମାନଙ୍କୁ ଟୀକାକରଣ କରିବା ଆରମ୍ଭ କରିଛୁ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଟୀକାକରଣ ଅଭିଯାନ ଆରମ୍ଭ କରି ଆମେ ଖୁସି ଅନୁଭବ କରୁଛୁ ।’