ଓଡିଶା

odisha

ETV Bharat / sitara

ଖୁବଶୀଘ୍ର ବାଜପେୟୀଙ୍କ ବାୟୋପିକ - ଜୀଶାନ ଅହମ୍ମଦ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ଜୀବନ କାହାଣୀ ଏବେ ପରଦାରେ ଦେଖିବାକୁ ମିଳିବ । ଜଲଦି ନିର୍ମାଣ ହେବେ ତାଙ୍କ ବାୟୋପିକ ଫିଲ୍ମ ।

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

By

Published : Aug 28, 2019, 11:22 PM IST

ମୁମ୍ବାଇ: ସ୍ବର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଧରିଛି । ଭାଜପାର ଜଣେ ବରିଷ୍ଠ ନେତା ହେବା ସହ ଭାରତୀୟ ଜନ ସଂଘ(ବିଜେଏସ) ସଂସ୍ଥାପକ ସଦସ୍ୟ ମଧ୍ୟ ଥିଲେ ବାଜପେୟୀ । ଗତ ବର୍ଷ ଅଗଷ୍ଟ 16ରେ ସେ ପ୍ରାଣ ହରାଇଥିଲେ ।

ଅମାଶା ଫିଲ୍ମସ ମାଲିକ ଶିବା ଶର୍ମା ଓ ଜୀଶାନ ଅହମ୍ମଦ ଏନପିଙ୍କ ଦ୍ବାରା ଲିଖିତ ବହି ‘ଦ ଅନଟୋଲ୍ଡ ବାଜପେୟୀ’ର ଅଧିକାରୀକ ରାଇଟ୍ସ ପ୍ରାପ୍ତ କରିନେଇଛନ୍ତି । ଫିଲ୍ମରେ ତାଙ୍କ ବାଲ୍ୟସମୟ, କଲେଜ ଜୀବନ ଏବଂ ତାଙ୍କ ରାଜନୈତିକ ଯାତ୍ରାକୁ ପର୍ଯ୍ୟବେଶିତ କରାଯିବ ।

ଏହି ଅବସରରେ ଶିବା କହିଛନ୍ତି କି ‘ଦ ଅନଟୋଲ୍ଡ ବାଜପେୟୀ’ ତାଙ୍କର ସର୍ବାଧିକ ମହାତ୍ବକାଂକ୍ଷୀ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ । ଆଉ ଏହା ତାଙ୍କୁ ସବୁବେଳେ ସମ୍ମାନିତ ଅନୁଭବ କରାଉଛି । ବାଜପେୟୀଙ୍କ ଭଳି ହିରୋଙ୍କୁ ବଡ ପରଦାରେ ଆଣିବା ତାଙ୍କ ପାଇଁ ଗର୍ବର କଥା ହେବ । ତାଙ୍କ ବାସ୍ତବ ଜୀବନ ବିଷୟରେ ଲୋକେ କମ ଜାଣିଛନ୍ତି । ଫିଲ୍ମ ଦ୍ବାରା ହୁଏତଃ ଲୋକେ ସବୁ ଜାଣିପାରିବେ ।

ABOUT THE AUTHOR

...view details